Latest Odisha News

BREAKING NEWS

ମାଲକାନାଗିରିରେ ବୁଡ଼ିଲା ଡଙ୍ଗା: ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଲା ଜଳଭଣ୍ଡାରରେ ଡଙ୍ଗା ବୁଡି  ତିନିଜଣ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳ ଗଲରି, ସ୍ତ୍ରୀ ସନଦେଇ ଗଲରି ଓ ତାଙ୍କ ଦୁଇ ଝିଅ ଦୀପାଲି ଓ ସନତା ଶନିବାର ଅପରାହ୍ନରେ ଡଙ୍ଗା ଯୋଗେ ନାକମାମୁଡ଼ିରୁ ତୋତଗୁଡ଼ା ଫେରୁଥିଲେ । ଡ଼ଙ୍ଗାଟି ପବନରେ ପିଲାଟି ଯାଇଥିଲା ।

ସେମାନଙ୍କ ମଧ୍ୟରୁ ଜଣେ ପହଁରି କୂଳକୁ ଆସି ଯାଇଥିବା ବେଳେ ଅନ୍ୟ ତିନିଜଣ ନିଖୋଜ ଅଛନ୍ତି ।

ନିଖୋଜ ବ୍ୟକ୍ତି ମାନଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ଚିତ୍ରକୋଣ୍ଡା ତହସିଲଦାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.