Latest Odisha News

BREAKING NEWS

ମାଲକାନଗିରିରେ ଡ଼ଙ୍ଗା ବୁଡ଼ିଲା, ଜଣେ ଶିଶୁ ସମେତ ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ଶିଶୁ ଏବଂ ୨ଜଣ ବ୍ୟକ୍ତି ନିଖୋଜ ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତରୁ ମାଙ୍ଗାମୋପୁଡୁକୁ ସାପ୍ତାହିକ ହାଟ କରିବାକୁ ୫ ଜଣ ବ୍ୟକ୍ତି ଏକ ଡ଼ଙ୍ଗାରେ ଯାଉଥିଲେ । ତେବେ ନଦୀ ମଝିରେ ନାଉରୀ ନିୟନ୍ତ୍ରଣ ହରାଇବା ଯୋଗୁଁ ଡ଼ଙ୍ଗାଟି ନଦୀର ଗଭୀର ଜଳରେ ବୁଡ଼ିଯାଇଥିଲା ।

ସିଲେରୁ ଥାନାର ଭାରପ୍ରାପ୍ତ ଅଧିକାରୀ ସୂଚନାଦେଇ କହିଛନ୍ତି, ନାଉରୀ ଜଣକ ନଦୀରୁ ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ୩ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ସୂଚନା ହସ୍ତଗତ ହୋଇଛି ।

ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ, ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଖୋଜ ଥିବା ସମସ୍ତ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛନ୍ତି ।

Leave A Reply

Your email address will not be published.