Latest Odisha News

ନଈରେ ଗାଧୋଇଲା ବେଳେ ଟାଣିନେଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ମଣ୍ଡପଡା ଗ୍ରାମରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

https://youtu.be/CSaqia8nehc

ଉକ୍ତ ଯୁବକଙ୍କ ନାମ ସଞ୍ଜୟ ପ୍ରଧାନ (୪୭) ଏବଂ ସେ ମଣ୍ଡପଡା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ବ୍ରାହ୍ମଣୀ ମନ୍ଦିରରେ ଉକ୍ତ ଯୁବକ ଜଣକ ଗାଧୋଉଥିବା ବେଳେ ଦୁର୍ଭାଗ୍ୟବଶତଃ ଗୋଟିଏ କୁମ୍ଭୀର ଯୁବକଙ୍କୁ ପାଣି ଭିତରକୁ ଟାଣିନେଇଥିଲା । ଏହି ଘଟଣା ପରେ ଯୁବକଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀମାନେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଯୁବକଙ୍କୁ ବଞ୍ଚାଇ ପାରିନଥିଲେ । ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ

Leave A Reply

Your email address will not be published.