Latest Odisha News

BREAKING NEWS

ବାତ୍ୟା ‘ୟାସ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ପାରାଦୀପ ଠାରୁ ଏହା ୨୦୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ବାତ୍ୟା ଧାମରା ଆଖପାଖରେ ଲ୍ୟାଣ୍ଡଫଲ କରିବ । ତେବେ ବାତ୍ୟାର ମୁକାବିଲା ସରକାର ପ୍ରସ୍ତୁତ ଥିବା ବେଳେ, ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଜିରୋ କାଜୁଆଲିଟି ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ବିଶେଷକରି ପିଇବା ପାଣି ଅତିକମରେ ୩-୪ଦିନ ସାଇତି ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିବା ବେଳେ ପାନୀୟ ଜଳ ବିଭାଗ ପକ୍ଷରୁ ୩୫୬ଟି ଗାଡ଼ି, ୨୭୦ଟି ମୋବାଇଲ ଟ୍ୟାଙ୍କର, ୧୭୮୬ଟି ପିଭିସି ଟ୍ୟାଙ୍କ ପ୍ରସ୍ତୁତ ରଖାଯାଇଛି । ଏହାସହିତ ୭୧୦ଟି ଜେନେରେଟର ସେଟ୍ ମଧ୍ୟ ପ୍ରଭାବିତ ଆଶଙ୍କା ଥିବା ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ ୧୦ ହଜାର କର୍ମଚାରୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇସାରିଛନ୍ତି ।

ସେହିପରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୫୨ଟି ଏନଡିଆରଏଫ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ଟିମ୍, ୮୬ଟି ଜଙ୍ଗଲ ବିଭାଗ ଟ୍ରି କଟର ଟିମ୍ ମୁତୟନ କରାଯାଇଛି । ଏଥିରେ ପ୍ରାୟ ୪ ହଜାର ଲୋକ ଅଛନ୍ତି । ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି, ଅଧିକ ଅକ୍ସିଜେନ୍ ମହଜୁଦ୍ ରଖାଯାଇଥିବା ସୂଚନା ଦେଇଛନ୍ତି ଏସଆରସି । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ ମୁକ୍ୟମନ୍ତ୍ରୀ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.