Latest Odisha News

BREAKING NEWS

ପୁଣି ଏକ ବଡ଼ ଅଘଟଣ: ହ୍ରଦରେ ଡଙ୍ଗା ଓଲଟି ୨୧ ମୃତ

ମାନିଲା: ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା। ରାଜଧାନୀ ମାନିଲାର ପୂର୍ବରେ ଅବସ୍ଥିତ ରିଜାଲ ରାଜ୍ୟର ଏକ ହ୍ରଦରେ ଡଙ୍ଗା ବୁଡ଼ି ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଜୋରରେ ପବନ ହେବାରୁ ମୋଟର ଡଙ୍ଗାଟି ଓଲଟି ପଡ଼ିଥିଲା। ଫିଲିପାଇନ୍ସ କୋଷ୍ଟଗାର୍ଡ (ପିସିଜି) ର ମୁଖପାତ୍ର ଏବଂ ପୋଲିସ ଏହି ସୂଚନା ଦେଇଛନ୍ତି।

BjdElectrycity

ବିନଙ୍ଗୋନାନ ସହରଠାରୁ ପ୍ରାୟ ୪୫ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ପ୍ରାରମ୍ଭରେ ପିସିଜି ମୁଖପାତ୍ର ରିୟର ଏଡମିରଲ ଅର୍ମାଣ୍ଡୋ ବାଲିଲୋ ଖବର ଦେଇଥିଲେ ଯେ ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ପରେ ବାଲିଲୋ ଏହି ରିପୋର୍ଟକୁ ସଂଶୋଧନ କରିଥିଲେ। ଘଟଣାରେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ରହିଛି।

ପିସିଜି କହିଛି ଯେ ଏହି ଡଙ୍ଗାଟି ବିନନଙ୍ଗୋନନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ ଲାଗୁନା ଡେ ବେ ରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ପବନ ଯୋଗୁଁ ମୋଟର ବୋଟଟି ଭାରସାମ୍ୟ ହରାଇ ଓଲଡି ଯାଇଥିଲା। ତେବେ ଘଟଣାରେ ପିସିଜି ଉଦ୍ଧାର କର୍ମଚାରୀଙ୍କ ଦ୍ୱାରା ମୃତଦେହକୁ ପାଣି ଭିତରୁ ଉଦ୍ଧାର କରିଛି।

Leave A Reply

Your email address will not be published.