Latest Odisha News

BREAKING NEWS

କାଳ ହେଲା କାଳିଜାଇ ଦର୍ଶନ, ମଝି ନଇରେ ଫସିଲା ୪ ଡଙ୍ଗା

ବାଲୁଗାଁ: କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ। କାଳ ସାଜିଲା କାଳିଜାଇ ଦର୍ଶନ ।  ଆଜି ସକାଳେ ଘନକୁହୁଡ଼ି କାରଣରୁ ମଝି ଚିଲିକାରେ ଯାତ୍ରୀମାଙ୍କୁ ନେଇ ଯାଉଥିବା 4ଟି ଡଙ୍ଗା ଫସିଯାଇଥିଲା।

କୃଷ୍ଣପ୍ରସାଦ ଆଡୁ ଗୋଟିଏ ଡଙ୍ଗା ଯାଇଥିବାବେଳେ ବାଲୁଗାଁ ପଟୁ ୩ଟି ଡଙ୍ଗା ଯାତ୍ରୀଙ୍କୁ ନେଇ କାଳିଯାଇ  ଅଭିମୁଖେ ଯାଉଥିଲା । ଗଡ଼ଜେଟିରୁ  ବାହାରିଥିବା ଡଙ୍ଗାରେ  ୨୫ରୁ ଅଧିକ ଶ୍ରଦ୍ଧାଳୁ ଥିଲେ  ।  କୁହୁଡି ଯୋଗୁ ବାଟ ନ ଦିଶିବାରୁ ମଝି ଚିଲିକାରେ ଫସି ରହିଲେ । ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ଯାଇଥିଲା । ହେଲେ କୁହୁଡି ଯୋଗୁ ତାହ ମଧ୍ୟ ମଝି ଚିଲିକାରେ ଫସିଥିବା ଜାଣିବାକୁ ମିଳିଛି। ଓଡ୍ରାଫ୍ ଟିମର ପ୍ରାୟ ୮ଜଣ ସଦସ୍ୟ ଚିଲିକା ମଝିରେ ଫସି ରହିଛନ୍ତି । ତେବେ  କୃଷ୍ଣପ୍ରସାଦ ଆଡୁ ଯାଇଥିବା ଗୋଟିଏ କୂଳକୁ ଫେରି ଆସିଥିବା ଜଣାଯାଇଛି ।

ଏହି ଖବର ପାଇବା ପରେ ସ୍ଥାନୀୟ ଏସଡିପିଓ କହିଛନ୍ତି, ଏବେ ବାଲୁଗାଁରୁ କାଳିଜାଇଙ୍କ ପାଖକୁ ଯିବା ଡଙ୍ଗା ଉପରେ କଟକଣା ଜାରି କରାଯାଇଛି। କୁହୁଡ଼ି କମିଲେ ପୁଣି ଡଙ୍ଗା ଚଳାଚଳକୁ ଅନୁମତି ଦିଆଯିବ । ସୂଚନାଥାଉ କି, ଆଜି ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚିଲିକା ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥିଲା। ୧୦ ମିଟିର ଦୂର ପର୍ଯ୍ୟନ୍ତ ବି କିଛି ଦେଖାଯାଉ ନ ଥିଲା ।

Leave A Reply

Your email address will not be published.