Latest Odisha News

BREAKING NEWS

ଏବେ ଆକ୍ସନ ମୋଡ଼ରେ ବିଏମସି କମିଶନର

ଭୁବନେଶ୍ୱର: ଏବେ ଆକ୍ସନ ମୋଡ଼ରେ ବିଏମସି । ସବୁ ଦିଗ ଉପରେ ଦିନ ରାତି ୨୪ଘଣ୍ଟା ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଆଗେଇଛି ତାହାର କରୁଛି ସମୀକ୍ଷା । ଆଉ ରାତିରେ ସଫେଇ କାମର ତର୍ଜମା କରୁଛି ବିଏମସି । ପରିଷ୍କାର ଓ ପରିଛନ୍ନତା କାମର ତଦାରଖ ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ବିଏମସି କମିଶନର ।
ଆଜି ସକାଳୁ ସକାଳୁ ଚଢଉ ଚାଲିଥିଲଶ ଭୁବନେଶ୍ବର ଶ୍ରୀୟା ଛକ ଅଞ୍ଚଳରେ । ପହଞ୍ଚି ଯାଇଥିଲେ ବିଏମସି କମିଶନର ।

ରୋଡ ସାଇଡ ବାର ଓ ବେନିୟମ ଫାଷ୍ଟ ଫୁଡ ଦୋକାନୀଙ୍କୁ ତାଗିଦ କରିଥିଲେ । ପାର୍କିଂ ସ୍ଥଳରେ ମଦୁଆମାନଙ୍କ ଆଡ୍ଡା ଜମିଥିବା ଦେଖି ବର୍ଷିଥିଲେ । ସେହିପରି ଫାଷ୍ଟ ଫୁଡ ଦୋକାନୀଙ୍କ ପସରାକୁ ଦେଖି ମଧ୍ୟ ତାଗିଦ କରିଥିଲେ କମିଶନର ବିଜୟ ଅମୃତା କୁଲାଙ୍ଗେ। ଫାଷ୍ଟ ଫୁଡ ଦୋକାନ ନଖୋଲିବାକୁ କଡ଼ା ନିର୍ଦ୍ଦେଶ ଦେଇଥିବା ବେଳେ କାହିଁକି ଖୋଲିଲା ସେ ନେଇ ପ୍ରଶ୍ନ କରିଥିଲେ କମିଶନର । ଏ ନେଇ ନିୟମିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.