Latest Odisha News

BREAKING NEWS

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ସହ ଚିଲିକାରେ ଫସିରହିଲେ ୩୦ରୁ ଉର୍ଦ୍ଧ୍ୱ +୨ ଛାତ୍ରଛାତ୍ରୀ

ପୁରୀ: ଜହ୍ନିକୁଦ ଠାରୁ ସତପଡାକୁ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଧବାର ସକାଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ହ୍ରଦରେ ଫସି ରହିଥିବା ପଡିଛି । ଉକ୍ତ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ସେହି ଯାତ୍ରୀଙ୍କ ମଧ୍ୟରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି, ଯେଉଁମାନେ ଯୁକ୍ତ-୨ ପରୀକ୍ଷା ଦେବାଲାଗି ଡଙ୍ଗାରେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ।

ଅଟକି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ସୂତ୍ରରୁ ପ୍ରକାଶ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଯଦି ସେହି ଛାତ୍ରମାନେ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚନ୍ତି ତେବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏହାବ୍ୟତିତ ଆବଶ୍ୟକସ୍ଥଳେ ସେମାନଙ୍କୁ ଅଧିକ ସମୟ ମଧ୍ୟ ଦିଆଯିବ।

ଆହୁରି ମଧ୍ୟ ଏସମ୍ପର୍କରେ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ପରୀକ୍ଷା ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.