କରୋନା: ନୋଏଡାର ୬ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

CHINA-HEALTH-INDIA

ନୋଏଡା: କରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ନୋଏଡାର ୬ କରୋନା ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ୱାବ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏହି ୬ଜଣଙ୍କୁ ସତର୍କତା ଅବଲମ୍ବନ ସ୍ୱରୂପ ଘରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି ୬ଜଣ ଇଟାଲୀରୁ ଆସିଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ ।

ଦିଲ୍ଲୀର ମୟୂର ବିହାର ଅଂଚଳରେ ରହୁଥିବା ବ୍ୟକ୍ତି ଇଟାଲୀରୁ ଫେରିଥିଲେ । ଗତ ଶୁକ୍ରବାର ଦିନ ସେହି ବ୍ୟକ୍ତିଙ୍କ ପରିବାର ଜନ୍ମଦିନ ପାଳନ କରିବା ପାଇଁ ଆଗ୍ରା ଯାଇଥିଲେ । ଏହି ଉତ୍ସବରେ ୫ଜଣ ପରିବାର ସାମିଲ ହୋଇଥିଲେ । ଯେଉଁଥିରେ ୧୦ଜଣ ଶିଶୁ ମଧ୍ୟ ସାମିଲ ଥିଲେ । ଏହି ଜନ୍ମଦିନ ଭୋଜିରେ ସାମିଲ ଥିବା ସମସ୍ତ ଶିଶୁ ଓ ତାଙ୍କ ମାତା ପିତାଙ୍କ ରକ୍ତ ନୂମନା ନିଆଯାଇଥିଲା । ଯାହାକି ନେଗେଟିଭ ଆସିଛି । ଏବେ ପିଲାମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।