Latest Odisha News

BREAKING NEWS

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍‌

ଭୁବନେଶ୍ୱର : ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍ ଏକ୍କା ଓ ଅଧିନାୟିକା ରାନୀ ରାମପଲ ଆଗରେ ରହିଛନ୍ତି ।
ଚଳିତ ମାସ ୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ ।  ଓଡ଼ିଶାର ଅଭିଜ୍ଞ ମହିଳା ଖେଳାଳି ଦୀପ ଗ୍ରେସ୍ ଏକ୍କା ଏବଂ ରାନୀ ରାମପଲଙ୍କ ନାଁ ପ୍ଲେୟର୍ ଅଫ୍ ଦି ଇୟର୍ ପାଇଁ ସୁପାରିସ୍ କରାଯାଇଛି।

ସେହିପରି ପୁରୁଷ ଦଳର କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ନାଁ ଧ୍ରୁବ ବାତ୍ରା ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି ।

ଏହି ପୁରସ୍କାର ସମାରୋହରେ ମୋଟ ୧.୩୦ କୋଟି ଟଙ୍କାର ପୁରସ୍କାର ରାଶି ସହ ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯିବ। ୨୦୧୯ ବର୍ଷରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସର୍ବଶ୍ରେଷ୍ଠ ପୁରୁଷ ଖେଳାଳିଙ୍କ ଦୌଡ଼ରେ ମନପ୍ରୀତଙ୍କ ବ୍ୟତୀତ ହରମନପ୍ରୀତ ସିଂହ, ମନଦୀପ ସିଂହ ଓ ସୁରେନ୍ଦ୍ର କୁମାର ମଧ୍ୟ ସାମିଲ୍ ଅଛନ୍ତି। ଏହାର ବିଜେତାଙ୍କୁ ଟ୍ରଫି ସହ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Leave A Reply

Your email address will not be published.