Latest Odisha News

BREAKING NEWS

କୋଭିଡ୍ ନେଗେଟିଭ୍ ମୃତଦେହକୁ ନେଇପାରିବେ ପରିବାର ଲୋକ, ମାନିବାକୁ ପଡ଼ିବ ଏହି ସର୍ତ୍ତ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ଶବ ସତ୍କାର କରୁଛି । ଏଣିକି ପରିବାର ଲୋକଙ୍କୁ ସର୍ତ୍ତ ସହ ମୃତଦେହ ଦିଆଯିବ । ଯଦି ମୃତକ ଜଣଙ୍କ କୋଭିଡ୍ ନେଗେଟିଭ୍ ଥିବେ ତାଙ୍କ ମରଶରୀରକୁ ନେଇ ପାରିବେ ପରିବାର ଲୋକ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।

ସଂକ୍ରମଣ ବ୍ୟାପିବା ଆଶଙ୍କା ସହ କେନ୍ଦ୍ର ସରକାର ସ୍ଥିର କରିଥିବା ଗାଇଡଲାଇନ ଅନୁସାରେ କୋଭିଡରେ ମୃତକଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉନି । ପରିବାର ସହ ବିଚାରବିମର୍ଶ କରି କୋଭିଡ୍ ପ୍ରୋଟକଲ୍ ଅନୁସାରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ସମ୍ମାନଜନକ ଭାବରେ ଶେଷକୃତ୍ୟ କରାଯାଉଛି । ଯଦି ମୃତ୍ୟୁବେଳକୁ କୌଣସି ରୋଗୀଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିବ ସେକ୍ଷେତ୍ରରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇ ପାରିବ । ଏଥିପାଇଁ ଦୁଇଟି ସର୍ତ୍ତ ରହିଛି ।

ପ୍ରଥମ କଥା ହେଲା, ପରିବାର ଲୋକଙ୍କ ପାଖରୁ ଏକ ଅଣ୍ଡରଟେକିଂ ରଖି ଶବ ହସ୍ତାନ୍ତର କରାଯିବ । ସିଲ୍ ହୋଇଥିବା ଶବ ବ୍ୟାଗକୁ କେହି ଖୋଲିବେ ନାହିଁ । ମୃତଦେହକୁ ସ୍ପର୍ଶ କରିବା କିମ୍ବା ଚୁମ୍ବନ କରିବେ ନାହିଁ । କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କରିବେ ନାହିଁ ବୋଲି ଅଣ୍ଡରଟେକିଂ ଦେବେ ।

ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ମୃତଦେହକୁ ସାନିଟାଇଜ୍ ଜିଲ୍ଲା କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ୟାକିଂ କରାଯିବ ।
ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସବୁ ମେଡିକାଲ୍ କଲେଜ ଓ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

Leave A Reply

Your email address will not be published.