Latest Odisha News

BREAKING NEWS

ଦୀପଗ୍ରେସଙ୍କ ଭୁଲ ରହିଲା କେଉଁଠି, କେନ୍ଦ୍ର ପରେ ରାଜ୍ୟ କ୍ରୀଡା ବିଭାଗ ବି ପଚାରିଲାନି !

ଭୁବନେଶ୍ୱର: ଭାରତୀୟ ହକି ସବୁଠାରୁ ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ପରାକ୍ଷରେ ଅସମ୍ମାନିତ କରାଯାଇଛି । ୧୦ ବର୍ଷ ହେବ ଜାତୀୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏହି ମହାନ ଖେଳାଳିଙ୍କ ନାମ ଏଥର ବି ଅର୍ଜୁନ ପୁରସ୍କାର ପାଇଁ ପଠାଗଲାନି । ପ୍ରଥମେ କେନ୍ଦ୍ର ଏବଂ ଏବେ ରାଜ୍ୟ କ୍ରୀଡା ବିଭାଗ ତାଙ୍କୁ ଠକିଲା କହିଲା ଭୁଲ ହେବନି । ଜଣେ ଖେଳାଳି ଦୀପଗ୍ରେସଙ୍କ ଭୁଲ କେଉଁଠି ରହିଲା ତାହା ସମସ୍ତ ହକିପ୍ରେମୀ ପଚାରୁଛନ୍ତି । ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଏବେ ନିରାଶ ମନରେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯିବେ ।

BjdElectrycity

କେଉଁ ମାନଦଣ୍ଡ ଆପଣାଇ କ୍ରୀଡା ବିଭାଗ ଖେଳାଳିଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରୁଛି । ଓଡିଶାକୁ ଆନ୍ତର୍ଜାତୀୟ କ୍ରୀଡାରେ ମୂଖ୍ୟତଃ ହକି ଖେଳାଳିମାନେ ପରିଚିତ କରାଇଛନ୍ତି । ଆଉ ବାରମ୍ବାର ଏପରି ଘଟଣା ଘଟିଲେ ଶେଷରେ ଏଥିପ୍ରତି କାହାର ଆଉ ଆଗ୍ରହ ରହିବ ନାହିଁ । ରାଜ୍ୟ କ୍ରୀଡା ଯୁବ ସେବା ବିଭାଗ ଏହି ତ୍ରୁଟି ସୁଧାରିବ ବୋଲି ଆମେ ଆଶା କରୁଛୁ ।

Leave A Reply

Your email address will not be published.