Latest Odisha News

ସମ୍ୱଲପୁର ବିଶ୍ଵବିଦ୍ୟଳୟ ବ୍ରହ୍ମପୁତ୍ର ହଷ୍ଟେଲ୍‌ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ଵଲପୁର: ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା। ବ୍ରହ୍ମପୁତ୍ର ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ର ଜଣଙ୍କ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର ସୂରଜ କୁଜୁର। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବୋଲି ଜଣାପଡ଼ିଛି। ବୁର୍ଲା ପୋଲିସ ସମେତ ବିଶ୍ଵବିଦ୍ୟାଳୟର କୁଳପତି, କୁଳସଚିବ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ, ସୂରଜ କୁଜୁର ଅର୍ଥନୀତି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର। ସେ ବ୍ରହ୍ମପୁତ୍ର ଛାତ୍ରାବାସର ରୁମ୍ ନଂ ୫୨ରେ ଏକୁଟିଆ ରହୁଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ସହପାଠୀମାନେ ତାଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ କବାଟ ବାଡ଼େଇଥିଲେ। କିନ୍ତୁ ସେ କବାଟ ଖୋଲିନଥିଲେ। ସହପାଠୀମାନେ ସେ ଶୋଇ ଥାଇପାରନ୍ତି ଭାବି ଚାଲିଯାଇଥିଲେ। ରାତ୍ରିରେ ପୁଣି ଥରେ ଖାଇବା ପାଇଁ କବାଟ ବାଡ଼େଇଥିଲେ। ହେଲେ ସୂରଜ କବାଟ ଖୋଲିନଥିଲେ।

ସନ୍ଦେହ ହେବାରୁ କିଛି ସହପାଠୀ ଝରକାକୁ ଚଢ଼ି ଦେଖିଥିଲେ। ସେ ବେକରେ ଦଉଡି଼ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଘଟଣା ସମ୍ପର୍କରେ ସହପାଠୀମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଏବଂ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ସୂରଜ କେଉଁ କାରଣରୁ ଆତ୍ମହତ୍ୟା କଲେତାହା ଜଣାପଡ଼ି ନାହିଁ। ଆଜି ସେ ଚଳିତ ସେମିଷ୍ଟର୍ର ଶେଷ ବିଷୟ ହେଲ୍ଥ ଇକୋନୋମିକ୍ସ ପରୀକ୍ଷା ଦେଇଥାନ୍ତେ।

Comments are closed.