Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମେଡିକାଲରେ ୨୨ ଘଣ୍ଟା ପଡ଼ି ରହିଲା ମୃତଦେହ, ଦାୟୀ କିଏ ?

କାମାକ୍ଷାନଗର: କାହାକୁ ସାପ କାମୁଡ଼ିଲେ ସେ ମେଡିକାଲ୍ ଯାଏ । ଯଦି ଦୁର୍ଭାଗ୍ୟବଶତଃ ଡାକ୍ତରାଖାନାରେ ପହଞ୍ଚିବା ବେଳେକୁ ମୃତ୍ୟୁ ହୋଇଯାଏ ତ ମୃତଦେହ ମେଡିକାଲରୁ ହଟିବନି । ଏକଥା ଆମେ କହୁନୁ ପୋଲିସ ନ ଆସିବାରୁ ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ୨୨ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଛି । କାଖରେ କୁନି ପୁଅକୁ ଧରି ସିନ୍ଦୂର ହରାଇଥିବା ସ୍ତ୍ରୀ ସ୍ୱାମୀର ଶବ ନେବାକୁ ଚାତକ ଭଳି ଚାହିଁ ରହିଛି ।

ଗୁରୁବାର ପରଜଙ୍ଗ ଥାନା ମହାବିରୋଡ଼ ତୋରଡାନାଳୀ ଗାଁର କୃଷ୍ଣଙ୍କ ସାପ କାମୁଡ଼ି ଦେଇଥିଲା । ମେଡିକାଲ ଆଣିବା ବାଟରେ ଆଖି ବୁଜି ଦେଇଥିଲେ କୃଷ୍ଣ । ଦିନ ୧୧ଟାରୁ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଦିନ ସରି ସନ୍ଧ୍ୟା ଯାଇ ରାତି ହେଲା ସିନା ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା । ଏନେଇ ଏସଡିଏମ୍ଓ ସୁବାଷ ମଣ୍ଡଳଙ୍କ ଉତ୍ତର ହେଉଛି ଆମେ ମୃତ ଅବସ୍ଥାରେ ଗ୍ରହଣ କରିଥିଲୁ । ତେଣୁ ପୋଲିସ ଆସିଲା ପରେ ଯାହା ହେବ ।

ମେଡିକାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ସରକାର 5T କାର୍ଯ୍ୟକାରୀ କରିଛନ୍ତି । ହେଲେ ମଣିଷ ମଲା ପରେ 5Tର କାର୍ଯ୍ୟକାରୀତା ସେମିତି ଶବଗୃହରେ ପଡ଼ିଥିବା ଭଳି ଏ ଦୃଶ୍ୟ ଦେଖିଲେ ଲାଗୁଛି । ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଶୁକ୍ରବାର ସକାଳ ୯ଟା ୩୦ରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ମେଡିକାଲରେ ମୃତଦେହ ୨୨ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିବା ପ୍ରଶାସନର ପାରିବା ପଣିଆ ଉପରେ ଅନେକ ପ୍ରଶ୍ନ ଉଠାଇଛି ।

Leave A Reply

Your email address will not be published.