Latest Odisha News

ଟିଏମସିକୁ ଝଟକା: ଇସ୍ତଫା ଦେଲେ ରାଷ୍ଟ୍ରୀୟ ମହାସଚିବ ପବନ ବର୍ମା

କୋଲକାତା: ଟିଏମସିକୁ ଆଜି ବଡ ଝଟକା ଲାଗିଛି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପବନ କେ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସି ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇବା ସହ ଏହାକୁ ମଂଜୁର କରିବା ପାଇଁ ଅନୁରୋଧ କରିଛନ୍ତି । କେଉଁ କାରଣ ପାଇଁ ସେ ଏତେ ବଡ ନିଷ୍ପତି ନେଇଛନ୍ତି ତାହା କିନ୍ତୁ ପବନ ସ୍ପଷ୍ଟ କରି ନାହାନ୍ତି । ମମତାଙ୍କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରଛନ୍ତି ଯେ, ମୋର ଇସ୍ତଫା ଗ୍ରହଣ କରନ୍ତୁ । ମୁଁ ଆପଣଙ୍କ ସ୍ନେହ ଓ ଶିଷ୍ଟାଚାର ପାଇଁ ଧନ୍ୟବାଦ ଦେବାକୁ ଚାହେଁ । ମୁଁ ସର୍ବଦା ଆପଣଙ୍କ ସମ୍ପର୍କରେ ରହିବାକୁ ଚାହେଁ । ସମସ୍ତଙ୍କୁ ଶୁଭକାମନା । ଗତକାଲି ବିଜେପିର ଶୁଭେନ୍ଦୁ ଅଧିକାରୀ ଡିସେମ୍ବର ସୁଦ୍ଧା ଟିମଏସି ସରକାର ଭାଙ୍ଗିଯିବା କହିବା ପରେ ଏଠାରେ ରାଜନୀତିରେ ଏବେ ଉଷ୍ମତା ଭରିଛି ।

Leave A Reply

Your email address will not be published.