Latest Odisha News

BREAKING NEWS

ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଇବାବେଳେ ହୋଇଥିଲେ ନିଖୋଜ : ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ

ବ୍ରହ୍ମଗିରି :  ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ବିକ୍ରମଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୂତାବକ ଗତକାଲିଠାରୁ ବିକ୍ରମ ଟ୍ୟୁରିଷ୍ଟ ବୋଟ ନେଇ ୫ ଜଣଙ୍କୁ ବୁଲାଇବା ପାଇଁ ଚିଲିକା ଯାଇଥିଲେ । ମାତ୍ର ଘଟଣା ସ୍ଥଳରେ କୌଣସି କାରଣ ବଶତଃ ଡ଼ଙ୍ଗାରୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ । ଏହାପରେ ଅନ୍ୟ ଏକ ଡଙ୍ଗାରେ ପର୍ଯ୍ୟଟକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ବାକି ନିଖୋଜ ଡଙ୍ଗା ଚାଳକଙ୍କ ଖୋଜାଖୋଜି ଆରମ୍ଭ ହୋଇଥିଲା ।

ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ  ଜାରି ରଖିଥିଲେ  । ହେଲେ ବିକ୍ରମଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳେ ନିଖୋଜ ବିକ୍ରମ ଜାଲିଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପରେ ଏନେଇ ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଆସି ବିକ୍ରମ ଜାଲିଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ବିକ୍ରମ ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡିର ବଳଭଦ୍ରପୁର ନିବାସୀ ବୋଲି ଜଣାପଡିଛି ।

Leave A Reply

Your email address will not be published.