Latest Odisha News

BREAKING NEWS

ଇସ୍ରାଏଲରେ ଆକ୍ରମଣ ପାଇଁ ଇରାନରେ ପ୍ରଶିକ୍ଷଣ ନେଇଥିଲେ ହମାସ ଆତଙ୍କବାଦୀ

ତେହେରାନ: ଇସ୍ରାଏଲ ସୀମାରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିବା ହମାସ ଆତଙ୍କବାଦୀ ଇରାନରେ ପ୍ରଶିକ୍ଷଣ ନେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ହମାସ ଓ ଫିଲିସ୍ତାନୀ ଇସଲାମିକ ଜିହାଦର ୫୦୦ ସଦସ୍ୟ ଗତ ମାସରେ ଇରାନର ଇସଲାମିକ ରିଭ୍ୟୁଲ୍ୟୁଶନାରୀ ଗାର୍ଡ କର୍ପସଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଇଥିଲେ । ଇସ୍ରାଏଲ ମଧ୍ୟ ପୂର୍ବରୁ ବାରମ୍ବାର ହମାସ ଘଟାଇଥିବା କାଣ୍ଡ ପଛରେ ଇରାନ ହାତ ଥିବା କହି ଆସିଛି । କୁଦର୍ସ ଫୋର୍ସର ମୂଖ୍ୟ ଇରାନୀ ବ୍ରିଗେଡିୟର ଜେନରାଲ ଇସମାଇଲ କାନୀ ମଧ୍ୟ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ ।

ଏବେ ବି ହମାସକୁ ଇରାନ ସୁବିଧା ସହଯୋଗ ଯୋଗଇ ଆସୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ହମାସ ଆକ୍ରମଣ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରୀ ରଖିଛି । ଏ ପର୍ଯ୍ୟନ୍ତ ଇସ୍ରାଏଲର ୧୪୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ଗାଜାରେ ୬୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏବେ ଇସ୍ରାଏଲକୁ ଇରାନ ପରୋକ୍ଷରେ ଧମକ ଦେବା ଆରମ୍ଭ କରିଛି ।

Leave A Reply

Your email address will not be published.