Latest Odisha News

BREAKING NEWS

ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ। ବାଥରୁମରୁ ମିଳିଲା ମୃତଦେହ। ମୃତକ ହେଲେ ମୋଚିରାମ ମାରାଣ୍ଡି । ସେ ରହୁଥିବା ଭଡ଼ା ଘରୁ ମୃତଦେହକୁ ଗତକାଲି ଜବତ କରିଛି ପୋଲିସ । ମୃତ କନଷ୍ଟେବଳ ଜଣକ ଧଉଳି ଥାନାରେ ପୋଷ୍ଟିଂ ହୋଇଥିଲେ । କନଷ୍ଟେବଳ ମୋଚିରାମ ଗତ ଦୁଇ ଦିନ ଧରି ଛୁଟିରେ ଥିଲେ। ସେ ଆଜି(ଶନିବାର) ଡିଉଟିରେ ଜଏନ କରିଥାନ୍ତେ ।

ତେବେ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ପରିବାର ଲୋକଙ୍କ ସୂଚନାନୁସାରେ, ମୋଚିରାମ ୭ ମାସ ହେବ ଧଉଳି ଥାନାରେ କାମ କରୁଥିଲେ। ଦୁଇ ଦିନ ତଳେ ସେ ଘରକୁ ଯାଇଥିଲେ। ଶନିବାର ଡିଉଟିରେ ଜଏନ କରିଥାନ୍ତେ । ସେଥିଲାଗି ଶୁକ୍ରବାର ଘରୁ ଆସି ଯାଇଥିଲେ। ଘରୁ ଫେରିବା ପରେ ପରିବାର ଲୋକ ତାଙ୍କୁ ଅନେକ ଥର କଲ କରିଥିଲେ । ହେଲେ ସେ ଉଠାଇ ନ ଥିଲେ । ତାଙ୍କର ପତ୍ନୀ ବ୍ୟସ୍ତ ହୋଇ ଥାନାକୁ ଜଣାଇଥିଲେ। ପୋଲିସ ଭଡା ଘରକୁ ଯାଇଥିଲା । ବାରମ୍ବାର ଡାକିବା ପରେ ବି କବାଟ ନ ଫିଟାଇବାରୁ କବାଟ ଭାଙ୍ଗିଥିଲା ପୋଲିସ । ଭିତରକୁ ଯାଇ ମୋଚିରାମଙ୍କୁ ବାଥରୁମ ସମ୍ମୁଖରେ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

Leave A Reply

Your email address will not be published.