Latest Odisha News

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ

ଭୁବନେଶ୍ବର: ଭୁବନେଶ୍ବର ହଷ୍ଟେଲ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଛାତ୍ରୀଜଣଙ୍କ ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରରେ ମେଡିକାଲ ପାଇଁ କୋଂଚି ନେଉଥିବା ବେଳେ ହଷ୍ଟେଲରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହା  ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଛାତ୍ରୀଜଣଙ୍କ ମୃତ୍ୟୁ କିପରି ହେଲା ସେନେଇ କିଛି ସୂଚନା ମିଳିନାହିଁ । ତେବ ମୃତ ଛାତ୍ରୀଙ୍କ ଘର କଟକରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ଭୁବନେଶ୍ବରରେ ଏକ ଘରୋଇ କୋଚିଂ ହଷ୍ଟେଲରେ ରହି ପାଠ ପଢୁଥିଲେ ।

Leave A Reply

Your email address will not be published.