Latest Odisha News

ସାଳନ୍ଦୀ ନଦୀରେ କାଉଡ଼ିଆ ବୁଡ଼ି ନିଖୋଜ ଘଟଣା; ମିଳିଲା ଦୁଇ କାଉଡ଼ିଆଙ୍କ ମୃତଦେହ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡିଆଙ୍କ ମୃତଦେହ ଉଦ୍ଧାର । ମୃତ ଦୁଇ କାଉଡିଆ ହେଉଛନ୍ତି ବଡ଼ଜୟପୁର ଗାଁର ସୁବ୍ରତ ମହାକୁଡ ଓ ରାଜେନ୍ଦ୍ର ସାହୁ । ଉଦ୍ଧାର ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠା ଯାଇଛି ।

ଖବର ଅନୁଯାୟୀ, ଗତକାଲି ଶ୍ରାବଣ ସୋମବାର ପାଇଁ ସାଳନ୍ଦୀ ନଦୀରୁ ପାଣି ଉଠାଇବା ବେଳେ ୩ ଜଣ କାଉଡ଼ିଆ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକମାନେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଖବରପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜାଖୋଜି କାମ ଆରମ୍ଭ କରିଥିଲେ ମଧ୍ୟ ଗତକାଲି ସେମାନଙ୍କୁ ଠାବ କରିପାରିନଥିଲା । ରାତି ହୋଇଯିବାରୁ ଗତକାଲି ସେମାନଙ୍କୁ ଖୋଜିବା ଆଉ ସମ୍ଭବ ହୋଇପାରିନଥିଲା । ତେବେ ଆଜି ସକାଳୁ ଅଗ୍ନିଶମ ବାହିନୀ ଦ୍ଵାରା ପୁଣି ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ତେବେ ଆଜି ସକାଳୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ଜଣଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ପୁରା ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.