ପ୍ରସେନଜିତ୍ ସେଠୀ
ତୁମେ କଣ ଭାବ ମୋତେ ତ ଅଜଣା
ମୁଁ କିନ୍ତୁ ଭାବେ ତୁମକୁ
ସ୍ୱପ୍ନର ନାୟିକା କରି ଭାବନାରେ
ପ୍ରେମେ ହଜାଏ ନିଜକୁ !!
ମନ ମୋର ଥିଲା ଶୁଷ୍କ ଉଦାସୀନ
ଚିର ନୈରାଶ୍ୟର ପଥେ
ଜୀବନର ରସ ଥିଲା ସ୍ଵାଦହୀନ
ହୀନ ମରୁଭୂମି ସତେ !!
ଅକସ୍ମାତ ଏଇ ଶୁଷ୍କ ମରୁ ପରେ
ତୁମେ ଯେବେ ହେଲ ଉଭା
ମନ ଆନନ୍ଦିତ ଦେଖି ନିତି ତବ
ପଟ୍ଟଚିତ୍ର ମନଲୋଭା !!
ଧିରେ ଧିରେ ତବ ନିକଟ ହେବାକୁ
ଅବିଶ୍ରାନ୍ତ ଚେଷ୍ଟା କଲି
ବିଭିନ୍ନ ବାହାନା ନିତ୍ୟ ଚିନ୍ତା କରି
ତୁମକୁ ଭଲେ ଜାଣିଲି !!
ତୁମେ ତ ସୁନ୍ଦର, ସୁଶୀଳ ସୁକନ୍ୟା
ପ୍ରତିଭାର ଗନ୍ତାଘର
ତୁମ ପରି ଏକ ସୁନ୍ଦରୀ ଖୋଜିଲେ
ଘଟିପାରେ ଜନ୍ମାନ୍ତର !!
କି କହିବି ଏ ତ ମୋର ପାଗଳାମୀ
ହୁଏ ତ ବୟସ ଦୋଷ
ତୁମ ମନ କଥା ନ ପଚାରି କେବେ
ହେଲି ତୁମ ପ୍ରେମେ ବସ !!
ଆସିବ କି ମୋର ଚିର ସାଥୀ ସାଜି
ବାଣ୍ଟିବାକୁ ସୁଖ ଦୁଃଖ
ଜୀବନର ବାକି ସମୟଟା ବିତୁ
ଦେଖି ତୁମ ଚନ୍ଦ୍ର ମୁଖ !!
ବାଲିଆ, ଗୋପୀନାଥପୁର, ଜଗତସିଂହପୁର