Latest Odisha News

BREAKING NEWS

ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ହାଇକୋର୍ଟର ପୁରୁଣା କୋଠା ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ।

ସୂଚନା ମୁତାବକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଗତକାଲି ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶୁଭାଶିଷ ତାଳପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ୍ କରିଥିଲେ । ୨୦୧୧ ନଭେମ୍ବର ୧୫ ତାରିଖରେ ଗୌହାଟି ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ୨୦୧୩ରେ ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟ କରିବା ସହ ୨୦୨୨ ଜୁନ୍ ୧୦ରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଥିଲେ ଜଷ୍ଟିସ୍ ତାଳପତ୍ର ।

Leave A Reply

Your email address will not be published.