Latest Odisha News

ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର : ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଦେବାଶିଷଙ୍କ ମୃତ୍ୟୁ ଖବର ସାରା ରାଜ୍ୟକୁ ଶୋକରେ ବୁଡ଼ାଇ ଦେଇଛି । ଆଉ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସହିଦ୍‌ ଦେବାଶିଷଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସବବେଦନା ଜଣାଇଛନ୍ତି । ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ।

ପୁଞ୍ଚରେ ଗୁରୁବାର ସେନା ଗାଡ଼ିରେ ଯାଉଥିବା ବେଳେ ଆତଙ୍କୀ ହମ୍‌ଲାରେ ରାଷ୍ଟ୍ରୀୟ ରାଇଫଲ୍‌ସର ୫ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ପଞ୍ଜାବର ଥିବା ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଳଗୁମ ଗାଁର ଯବାନ ଦେବାଶିଷ ସହିଦ ହୋଇଛନ୍ତି । ଦେବାଶିଷଙ୍କର ପତ୍ନୀ ଓ ସାତମାସର ସନ୍ତାନ ମଧ୍ୟ ଅଛନ୍ତି । ସେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌ସରେ ୨୦୧୩ ମସିହାରେ ନିଯୁକ୍ତି ପାଇଥିଲେ । ଏନେଇ ଆତଙ୍କବାଦୀ ହମ୍‌ଲାରେ ତାଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

 

Leave A Reply

Your email address will not be published.