Latest Odisha News

କବିତା : ପ୍ରହେଳିକା

ଗଜାନନ ମିଶ୍ର

ଏତେ ପ୍ରହେଳିକା!
କବି କଲମ ଅବଳ?
ଯାଇ କୁହୁଡିକୁ ପଚାର,
ସାକ୍ଷୀ ଜାତୀୟ ପତାକା,
ଅପନ୍ତରାରେ ଜାତିଟା!

ନା ଶୀତ ନା ଖରା,
କେହି କାହାକୁ ଦିଅନ୍ତି ନି ଧରା!
ଆଖିରୁ ଖାଲି ବହୁଛି ଧାରା।

ଦେଖିଶୁଣି ହେଉଛି କି ରହି
ରହିଲା ଭଳି!
ଏ ମାଟି
କଣ ସବୁ ଆଉ କାହାକୁ ସବୁ
କରୁଛି ସୃଷ୍ଟି!

ପଚାରିଲେ କିଏ ଅଛି କହିବାକୁ,
ଅସ୍ତବ୍ଯସ୍ତ ସଭିଏଁ ଏଠି,
ଦେଖୁ ନ ନିଆଁ ବୃଷ୍ଟି!

ରାସ୍ତା କାହିଁ? ଜାଗା କାହିଁ?
ପଳାଇ ରହିବ କୋଉଠି!
ଦୂର୍ ପଳା, ଦୂର୍ ପଳା,
କହିବା ସତ୍ତ୍ୱେ, ପରଛିଣ୍ଡା
ଚଢେଇ ଭଳି ଛଟପଟ
ଯେ ଯେଉଁଠି ।

ଆହା ପଦଟିଏ
ନାହିଁ କାହାଠି।

ସ୍ନେହ ପ୍ରେମ ଆଦର
ବରଫ ହୋଇ ରହିଛନ୍ତି
ଏଠି ସେଠି ସବୁଠି।

ତପୋବନ, ଟିଟିଲାଗଡ,
ବଲାଙ୍ଗୀର

Comments are closed.