Latest Odisha News

BREAKING NEWS

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ। ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ତାଙ୍କ ପଡୋଶୀ ଫୋନ କରି କହିଥିଲେ ।

କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦୁଆର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଥିଲା । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା। ଏ ନେଇ ଉଦଳା ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.