Latest Odisha News

BREAKING NEWS

ମାତା ବୈଷ୍ଣୋ ଦେବୀଙ୍କ ଗୁମ୍ପାରେ ଲୁଚିରହିଛି ଏହି ରହସ୍ୟ : ଭକ୍ତମାନଙ୍କ ପାଇଁ କେବେଠୁ ଆରମ୍ଭ ହେଲା ଏହି ତୀର୍ଥଯାତ୍ରା

ନୂଆଦିଲ୍ଲୀ:  ଚିତ୍ରକୂଟ ପର୍ବତ ଉପରେ ଏକ ସୁନ୍ଦର ପ୍ରାଚୀନ ଗୁମ୍ଫାରେ ରହିଛି ମାଆ ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର । ଯାହାକି ବୈଷ୍ଣୋ ଦେବୀ ମାତା ଭାବରେ ଜଣାଶୁଣା  ।  ଯାହାଙ୍କୁ ମହାକାଳୀ , ମହାଲକ୍ଷ୍ମୀ ଏବଂ ମହା ସରସ୍ୱତୀଙ୍କର ଅବତାର ବୋଲି ବିବେଚନା କରାଯାଏ । ଭାରତର ଅନ୍ୟାନ୍ୟ ପବିତ୍ର ସ୍ଥାନ ଭଳି ବୈଷ୍ଣୋ ଦେବୀଙ୍କ ସ୍ଥାନ ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ  । ଆସନ୍ତୁ ଜାଣିବା କଣ ରହିଛି ମାଆଙ୍କର ଇତିହାସ  ।

ଭୂବିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ବହୁ ପୁରାତନ ।  ମାତା ବୈଷ୍ଣୋ ଦେବୀ ମାନବ କଲ୍ୟାଣ ପାଇଁ ତ୍ରୈତୟା ଯୁଗରେ ମାତା ପାର୍ବତୀ, ସରସ୍ୱତୀ ଏବଂ ଲକ୍ଷ୍ମୀ ରୂପରେ ଏକ ସୁନ୍ଦର ରାଜକୁମାରୀ ଭାବରେ ଚିତ୍ରକୂଟ ପର୍ବତ ଉପରେ ଥିବା ଏକ ଗୁମ୍ଫାରେ ଆର୍ବିଭାବ ହୋଇଥିଲେ । ସମୟକ୍ରମେ ମାଆଙ୍କ ଶରୀର ୩ଟି ଦିବ୍ୟ ଐଶ୍ବର୍ଯ୍ୟ ଭାବରେ ବିଲିନ ହୋଇଥିଲେ ।

ମାଆଙ୍କର ଜଣେ ବଡ ଭକ୍ତ ହେଉଛନ୍ତି ଶ୍ରୀଧର । ଶ୍ରୀଧର ଏବଂ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ରୂପେ ମାତା ଦେବୀଙ୍କ ପ୍ରତି ସମର୍ପିତ ଥିଲେ। ଥରେ ମାଆଙ୍କ ପ୍ରସାଦ ଯୋଗାଡ କରିବା ଲାଗି ଶ୍ରୀଧରଙ୍କୁ ମାଆଙ୍କର ସ୍ବପ୍ନାଦେଶ ହୋଇଥିଲା  । କିନ୍ତୁ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ କିପରି ଏତେ ସବୁ  ଆୟୋଜନ କରିବେ, ସେ ନେଇ  ଚିନ୍ତିତ ଥିଲେ। ସକାଳ ହେବା ମାତ୍ରେ ପ୍ରସାଦ ଗ୍ରହଣ କରିବା ଲାଗି ସେଠାରେ ଲୋକ  ପହଂଚିବାକୁ ଲାଗିଲେ ।

ଏହା ପରେ ସେ ଦେଖିଲେ ଯେ ବୈଷ୍ଣୋ ଦେବୀ ଏକ ଛୋଟ ଝିଅ ରୂପରେ ତାଙ୍କ କୁଡିଆକୁ  ଆସି ଖାଦ୍ୟ ପ୍ରସ୍ତୁତ କରୁଛି । ଏବଂ ଗାଁ ଲୋକଙ୍କୁ ପରଶୁଛି  ।  ଏହି ପ୍ରସାଦ ଖାଇବା ପରେ ଲୋକମାନେ ସନ୍ତୁଷ୍ଟ ଅନୁଭବ କରିଥିଲେ । ପ୍ରସାଦ  ଖାଇବା ଲାଗି ଭୈରବ ନାଥ ସେଠାରେ ପହଂଚିଥିଲା  । ଏବଂ ତାର ପଶୁ ମାନଙ୍କ ପାଇଁ କିଛି ଖାଦ୍ୟ ମାଗିଥିଲା । କିନ୍ତୁ ଛୋଟ ଝିଅଟି ଖାଦ୍ୟ ଦେବାକୁ ମନା କରିଦେଇଥିଲା  । ତାପରେ ଭୈରବନାଥ ରାଗି ଯାଇ ଝିଅଟିକୁ ଧରିବାକୁ ଚେଷ୍ଟା କରିଥିଲା  । ମାତ୍ର ଝିଅଟି ହଠାତ୍ ଅଦୃଶ୍ୟ ହୋଇଯାଇଥିଲା  ।

ଶ୍ରୀଧର ମାଆଙ୍କୁ ଦର୍ଶନ କରିବା ଲାଗି ଅତ୍ୟନ୍ତ ବ୍ୟାକୁଳ ଥିଲେ ।  ଦିନେ ରାତିରେ ସ୍ବପ୍ନରେ ମାଆ ଶ୍ରୀଧରଙ୍କୁ ଦେଖାଦେଇ କହିଥିଲେ ଯେ  ଚିତ୍ରକୂଟ ପର୍ବତର ଏକ ଗୁମ୍ପାରେ ମୁଁ ବାସ କରୁଛି  । ଏହାପରେ ଶ୍ରୀଧର ଯାଇ ପର୍ବତରେ ଯାଇ ମାଆଙ୍କ ମନ୍ଦିର ଖୋଜିଥିଲେ ।  ଏବଂ ନିଜ ଜୀବନକୁ ମାଆଙ୍କ ସେବାରେ ଉତ୍ସର୍ଗ କରିଥିଲେ । ଏହା ପରେ ଏହି ମନ୍ଦିର ମାତା ବୈଷ୍ଣୋ ଦେବୀଙ୍କ ନାମରେ ସାରା ବିଶ୍ୱରେ ପରିଚିତ ହେଲା । ବିଶ୍ବାସ କରାଯାଏ ଯେ ଯେ ପର୍ଯ୍ୟନ୍ତ ମାଆ ନ ଚାହିଁବେ , କେହି ତାଙ୍କୁ ଦର୍ଶନ କରିପାରିବେ ନାହିଁ ।

ମାଆଙ୍କ ଆହ୍ୱାନ ଆଶୀର୍ବାଦ ବୋଲି ବିବେଚନା କରାଯାଏ ।  ଯେଉଁ କାରଣରୁ ସବୁ ଲୋକ ମାଆଙ୍କ ଡାକରାକୁ ଅପେକ୍ଷା କରି ରହିଛନ୍ତି । ମାତାଙ୍କୁ ଦର୍ଶନ କରିବାର ଯାତ୍ରା  ବହୁ  କଷ୍ଟକର । ମାଆଙ୍କୁ ଦର୍ଶନ କରିବାକୁ ହେଲେ ପ୍ରାୟ ୨୪ କିଲୋମିଟର ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡେ  । ମଝିରେ ମଝିରେ ଯାତ୍ରୀ ମାନେ ବିଶ୍ବାମ ନେଇ ମାଆଙ୍କୁ ଦର୍ଶନ କରିବାକୁ ଯାଇପାରିବେ  ।  ମାଆଙ୍କ ଦର୍ଶନ କରିବା ଲାଗି ଯାତ୍ରୀ ମାନେ ରାସ୍ତା ବାଟରେ ଯାଇପାରିବେ । ନଚେତ୍  ସିଡ଼ି ଦେଇ ଯାଇପାରିବେ  । ମଝିରେ ମଝିରେ  ୱାଟର କୁଲର୍, ବସିବା ସ୍ଥାନ, ଖାଦ୍ୟ ଦୋକାନ ଯାତ୍ରୀମାନଙ୍କୁ ପ୍ରଦାନ କରାଯାଇଥାଏ  ।

Leave A Reply

Your email address will not be published.