କଟକ: ୪ ଦିନ ହେଲା ନିଖୋଜ ଥିବା ଓକିଲଙ୍କୁ ପୋଲିସ ଉଦ୍ଧାର କରିଛି ଏକ କୂଅ ଭିତରୁ । କେହି ତାଙ୍କୁ ହତ୍ୟା କରିବା ପରେ କୂଅ ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପାରିବାରିକ ଶତ୍ରୁତାରୁ କେହି ତାଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୪ ଦିନ ଧରି ଆଶା ଆଶଙ୍କାରେ ଥିବା ପରିବାର ମୃତ ଦେହକୁ ଦେଖି ଭାଙ୍ଗି ପଡିଛନ୍ତି । ଏମିତି ଦୁଃଖଦ ଘଟଣା ଘଟିଛି କଟକ ସହରରେ । ମୃତ ଓକିଲ ହେଲେ ହେଲେ କଟକ ତେଲେଙ୍ଗା ବଜାରର ଆର୍ଯ୍ୟ ଚୌଧୁରୀ।
ପୁଅର ମୃତଦେହ ଦେଖି ମା’ ଛାତିପିଟି କାନ୍ଦୁଛି ମା’ । ପୁଅ ନିଖୋଜ ଥିବାବେଳେ ମନରେ ଆଶା ଥିଲା ପୁଅ ଫେରି ଆସିବ । ହେଲେ ପୁଅ ଆଉ ଘରକୁ ଫେରିବନି..ଏକଥା ସେ କେବେ ବି ଭାବି ନ ଥିଲେ ପୂର୍ବ ଶତ୍ରୁତାରୁ ତାକୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ମା’ ଅଭିଯୋଗ ଆଣିଛନ୍ତି ।
ମା’ଙ୍କ କହିବା ଅନୁଯାୟୀ, ଗତ ଗୁରୁବାର ପୁଅ ଘରେ ଥିବା ବେଳେ ଏକ କଲ୍ ଆସିଥିଲା । କଲରେ କେହି ଜଣେ ତାଙ୍କୁ ଡାକି ନେଇଥିଲା। ଏହାପରେ ପୁଅ ଆଉ ଘରକୁ ଫେରି ନ ଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ବହୁ ଖୋଜାଖୋଜି କରିବା ପରେ ଗତକାଲି ବିଳମ୍ବିତ ରାତିରେ ବିଡ଼ାବାସୀ ନୂଆସାହିର ଏକ କୂଅ ଭିତରୁ ଆର୍ଯ୍ୟଙ୍କ ମୃତଦେହକୁ ଉଦ୍ଧାର କରିଛି। ଆର୍ଯ୍ୟଙ୍କୁ କେହି ଡାକି ନେଇ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି ବୋଲି କହିଛନ୍ତି ଆର୍ଯ୍ୟଙ୍କ ମା’ । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
Comments are closed.