Latest Odisha News

BREAKING NEWS

୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆମିର୍‌ ଖାନ୍‌

ମୁମ୍ବାଇ : ଆଜି ବଲିଉଡର ଭେଟେରାନ ଅଭିନେତା ଆମିର୍‌ଖାନ୍‌ଙ୍କ ଜନ୍ମଦିନ ।  ୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆାମିର୍‌ ଖାନ୍‌ । ସବୁଆାଡ଼ୁ ଛୁଟୁଛି ଜନ୍ମଦିନ ଶୁଭେଚ୍ଛାର ସୁଅ  । ଆମୀର ଜଣେ ଭଲ ଅଭିନେତା ତଥା ଜଣେ ଭଲ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ  । ତାଙ୍କର ଅଭିନୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସିତ । ସେ ବକ୍ସ ଅଫିସରେ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି ।

ଏହା ପରେ ଆମୀର ସଫଳତାର ସ୍ୱାଦ ଚାଖିବାକୁ ଲାଗିଥିଲେ  । ୨୦୦୧ ମସିହାରେ, ସେ ନିଜର ଏକ ପ୍ରଡକ୍ସନ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ସେ ଫିଲ୍ମ ଲାଗାନ୍ ରିଲିଜ୍ କରିଥିଲେ, ଯାହା ଏକ ବହୁତ ହିଟ୍ ଥିଲା  । ପରେ ଆମୀର ୨୦୦୬ ମସିହାରେ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ମଧ୍ୟ ତାଙ୍କ ଚେଷ୍ଟା ଜାରି ରଖିଥିଲେ । ଆମିର ୨୦୦୭ ସୁପରହିଟ୍ ଫିଲ୍ମ ‘ତାରେ ଜମିନ୍ ପର’ ପ୍ରସ୍ତୁତ କରିଥିଲେ  । ଯାହାକୁ ଆଜି ବି ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ଭଲ ପାଆନ୍ତି  ।

ଆମିର୍‌ଖାନ୍‌ଙ୍କ ଜୀବନରେ ମଧ୍ୟ ଛୋଟ ବଡ଼ ଝଡ଼ ଆସିଛି ଯାହାକୁ ସାମ୍ନା କରି ଆଜି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ଆଉ ସମସ୍ତଙ୍କ ହୃଦୟ ରାଜ କରିଆସିଛନ୍ତି । ବର୍ତ୍ତମାନ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.