ପୁରୀ: ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ନିଖୋଜ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମିଳିଲା ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗଲା ୭ ଦିନ ଧରି ନିଖୋଜ ଥିଲା ରତନପୁର ଗାଁର ‘ଆଶୀର୍ବାଦ’। ପଡ଼ୋଶୀଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ପଡୋଶୀଙ୍କୁ ଗିରଫ କରାଯାଇଛି।
ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦାକୁ ଅଟକ ରଖିଲା ପୋଲିସ। ତେବେ ମୃତଦେହ ଜବତ କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଡେଲାଙ୍ଗ ପୋଲିସ। ଆଶୀର୍ବାଦଙ୍କୁ ଖୋଜିବା ପାଇଁ ୩ଟି ଟିମ ଗଠନ କରିଥିଲା ପୋଲିସ। ସାଇବର ଟିମ ମଧ୍ୟ ତଦନ୍ତ କରୁଥିଲା। ସନ୍ଧନୀ କୁକୁର ସାହାଯ୍ୟରେ ଖୋଜା ଖୋଜି କରିବା ପରେ ୧୮ ତାରିଖରେ ଗ୍ରାମର ପ୍ରଭାକର ସାହୁଙ୍କୁ ଧରିଥିଲା।
ପୋଲିସ ତାକୁ ପଚାର ଉଚରା କରିବା ପରେ ଛାଡ଼ି ଦେଇଥିଲା। ତେବେ ଗତକାଲି ରାତିରେ ପୁନର୍ବାର ପ୍ରଭାକରକୁ ପଚରା ଉଚରା କରିବା ପରେ ସେ ଦୋଷ ମାନିଥିଲେ। ବିଳମ୍ବିତ ରାତିରେ ପୋଲିସ ଘର ଆଗରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହକୁ ଉଦ୍ଧାର କରିଥିଲା। ନିଖୋଜ ନାବାଳକଙ୍କ ପତ୍ତା ନମଳିବାରୁ ଗତକାଲି ରାସ୍ତାରୋକ କରିଥିଲେ ପରିବାର ଓ ଗ୍ରାମବାସୀ।
Comments are closed.