Latest Odisha News

ଏନ୍ଆଇଟି ରାଉରକେଲାର ନିଖୋଜ କର୍ମଚାରୀଙ୍କ ମୃତଦେହ ଝରଣା ନିକଟରୁ ଠାବ

ରାଉରକେଲା: ନିଖୋଜର ୨ ଦିନ ପରେ ଏନଆଇଟି ରାଉରକେଲାର କର୍ମଚାରୀଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳର ଝରଣା ନିକଟରୁ ମୃତଦେହ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଛି । ଝରଣାରେ ଖସି ପଡ଼ିବା ପରେ ୨ ଦିନ ହେଲା ନିଖୋଜ ଥିଲେ କର୍ମଚାରୀ ଜଣଙ୍କ ।

ଓଡ୍ରାଫ୍, ଅଗ୍ନିଶମ ବାହିନୀ କର୍ମଚାରୀଙ୍କ  ସର୍ଚ୍ଚ ଅପରେସନ୍ ପରେ ଜୟକୃଷ୍ଣ ସାହୁଙ୍କ ମୃତଦେହ ମିଳିଛି । ରବିବାର ଗୁରୁଣ୍ଡିଆ ଝରଣାରେ ଖସି ପଡ଼ିଥିଲେ ଜୟ କୃଷ୍ଣ । ଉଦ୍ଧାର ପରେ ମୃତଦେହକୁ ଗୁରୁଣ୍ଡିଆ ପୋଲିସ ବଣାଇ ଉପଖଣ୍ଡ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଦେବଗଡ଼ ଜିଲ୍ଲା ବାରକୋଟ ବଲିତାର ଜୟ କୃଷ୍ଣ ରବିବାର ୪ ଜଣଙ୍କ ସହ ବୁଲିବାକୁ ଗୁରୁଣ୍ଡିଆ ବଦଳଗିରି ଝରଣାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ନିଖୋଜ ହୋଇ ଯାଇଥିଲେ ଜୟ କୃଷ୍ଣ । ଏନେଇ ଅନ୍ୟମାନେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଆଜି ମୃତଦେହ ମିଳିଛି ।

Leave A Reply

Your email address will not be published.