Latest Odisha News

BREAKING NEWS

ଦୋକାନୀଙ୍କ କଥାରେ ରାଗିଗଲେ ଗ୍ରାହକ: ୧୦ ହଜାର ଟଙ୍କାର ନୁଡୁଲ୍ସ ପ୍ୟାକେଟ କିଣି ନଷ୍ଟ କରିଦେଲେ

ଚୀନ୍‌: ନିତିଦିନିଆ ଜୀବନରେ ବେଳେବେଳେ ଏପରି ଘଟଣା ଘଟେ ଯାହା ଆଦୌ କେହି ବି ଆଶା କରି ନ ଥାନ୍ତି । ଆଉ ସେହି ଘଟଣା ଅନେକ ସମୟରେ ଆବଶ୍ୟକହୀନ ମନେ ହୁଏ । ସିଧା ଭାବରେ କହିଲେ ଅନ୍ୟର କଥାକୁ ଚାଲେଞ୍ଜ କରି ଜଣେ ଜଣେ ବ୍ୟକ୍ତି ଏମିତି କିଛି କରି ବସନ୍ତି ଯାହା ଅନେକଙ୍କ ପାଇଁ ଅନୁଚିତ୍ ମନେ ହୋଇଥାଏ । ଏମିତି ଏକ ଘଟଣା ଘଟିଛି ଚୀନ୍‌ରେ ।

ପୂର୍ବ ଚୀନର ଶାଣ୍ଡୋଙ୍ଗ ପ୍ରଦେଶରେ ରହୁଥିବା ଜଣେ ଯୁବକ ନିକଟସ୍ଥ ଏକ ବଜାରକୁ କପ୍ ନୁଡ଼ୁଲ୍‌ସ କିଣିବାକୁ ଯାଇଥିଲେ । ସେ ଦୋକାନୀଙ୍କଠାରୁ ଏକ କପ୍ ନୁଡ଼ୁଲ୍ସ କିଣିଲେ,ଯାହାର ଦାମ ଲେଖାଥିଲା ୧୬୪ ଟଙ୍କା । ଗ୍ରାହକ ଯୁବକ ଜଣକ ନୁଡ଼ୁଲ୍ସ ପ୍ୟାକେଟ ଉପରେ ପ୍ରିଣ୍ଟ ହୋଇଥିବା ଦାମ୍ ଅଧିକ ହୋଇଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ । ଏହି ଦାମକୁ ନେଇ ଗ୍ରାହକ ଓ ଦୋକାନୀଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା । ଗ୍ରାହକଙ୍କ ଯୁକ୍ତି ଥିଲା ଏହି ପ୍ୟାକେଟ ଭିତରେ କଣ ଅଛି ଯେ, ଏହାର ଦାମ୍ ଏତେ ଚଢା । ଦୋକାନୀ ଜଣକ ମଜାଳିଆ ଢଙ୍ଗରେ କହିଥିଲେ , ଗୋଟିଏ ଅଣ୍ଡା ଏବଂ ଦୁଇଟି ପନିପରିବା ପତ୍ର ଅଛି । ଏଥିପାଇଁ ଏହା ବହୁତ ମହଙ୍ଗା । ଏହି ସମୟରେ ଦୋକାନୀଙ୍କ ପୁଅ କହିଲେ, ଯଦି କିଣିବାର ସକ୍ଷମ ଅଛି କିଣ, ନଚେତ୍ ଏଠାରୁ ଯାଅ । ଏହା ଶୁଣିବା ପରେ ଯୁବକ ଜଣକ ରାଗିଯାଇ ଦୋକାନରେ ଥିବା ସମସ୍ତ ନୁଡ଼ୁଲ୍ସ ପ୍ୟାକେଟ୍ କିଣିଦେଲେ । ସେ ଏଥିପାଇଁ ୯ ହଜାର ୭୦୦ ଟଙ୍କା ଦେଲେ । ପରେ ସମସ୍ତ ନୁଡ଼ୁଲ୍ସକୁ ଦୋକାନ ଆଗରେ ଫିଙ୍ଗି ନଷ୍ଟ କରିଦେଇଥିଲେ ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଉକ୍ତ ଯୁବକଙ୍କୁ ପାଗଳ ବୋଲି କହିଛନ୍ତି । ଜଣେ ଉପଭୋକ୍ତା କହିଛନ୍ତି – ତାଙ୍କୁ ଅପମାନିତ କରିଥିବା ବ୍ୟକ୍ତିଙ୍କୁ ସେ ୧୦,୦୦୦ ଟଙ୍କା ଦେଇ ଖୁସି କରାଇଛନ୍ତି ।

Leave A Reply

Your email address will not be published.