Latest Odisha News

ବାଲେଶ୍ୱର ହସ୍ପିଟାଲ ନିକଟସ୍ଥ ନାଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ନ୍ୟୁବର୍ନ କେୟାର ୟୁନିଟ୍ ସ୍ଥିତ ଏକ ନାଳ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କେହି ବ୍ୟକ୍ତି ନବଜାତ ଶିଶୁକୁ ଏକ କପଡାରେ ଗୁଡାଇ ନିକଟସ୍ଥ ଡ୍ରେନରେ ଫିଙ୍ଗି ଦେଇଥିଲା ।

ଏଯାବତ୍ ଉଦ୍ଧାର ମୃତ ଶିଶୁ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି । ଆହୁରି ମଧ୍ୟ ଏସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.