Latest Odisha News

BREAKING NEWS

ଦେଖନ୍ତୁ, କୁମ୍ଭମେଳାର ଚମତ୍କାର ଭିିଡ଼ିଓ: ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୁମ୍ଭ ମେଳା ର ଦ୍ୱିତୀୟ ସାହି ସ୍ନାନ ।

ଏହି ସାହି ସ୍ନାନ କରିବା ପାଇଁ ପ୍ରାୟ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିଲା ବେଳେ ରେଳପଥରୁ ମହାକୁମ୍ଭର ଏକ ନିଆରା ଝଲକ ଦେଖିବାକୁ ମିଳିଛି ।

ଚଳିତ ଥର ୬ଟି ବିଶେଷ ଦିନରେ ସାହି ସ୍ନାନ ଯୋଗରହିଥିବା ବେଳେ ଏଥର ସୋମବତି ଓ ମୌନୀ ଅମାବାସ୍ୟା ଉପରେ ମହୋଦୟ ଯୋଗ ରହିଛି । ମାଘ ମାସର କୃଷ୍ଣ ପକ୍ଷର ଅମାବାସ୍ୟାକୁ ମୌନୀ ଅମାବାସ୍ୟା କୁହାଯାଏ ।

ପ୍ରଥମ ସାହି ସ୍ନାନ ମକର ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଥିଲାବେଳେ ୨ୟ ସାହି ସ୍ନାନରେ ତ୍ରିବେଣୀ ସଙ୍ଗମରେ ସାଧୁ ସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇ ବୁଡ ପକାଇଛନ୍ତି ।

ଦୀର୍ଘ ୨୭ ବର୍ଷ ପରେ ଏହି ଅପୂର୍ବ ଯୋଗ ଆସିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଆହୁରି ମଧ୍ୟ ଏହି ପବିତ୍ର ମହାକୁମ୍ଭରେ ବୁଡ ପକାଇଲେ ପାପ କ୍ଷୟ ହେବା ସହ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ରହିଛି ।

ଆଜିର ଏହି ମୌନୀ ଅମାବାସ୍ୟା ଅବସରରେ ହୋଇଥିବା କୁମ୍ଭମେଳାର ସାହି ସ୍ନାନରେ ହଜାର ହଜାର ବିଦେଶାଗତ ପର୍ଯ୍ୟଟକ ତଥା ଆଧ୍ୟାତ୍ମିକବାଦୀ ପରିଦର୍ଶକମାନଙ୍କୁ ଦେଖିବାକୁ ମିଳିଛି ।

ବିଭିନ୍ନ ଦେଶରୁ ଯଥା – ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ, ଫ୍ରାନ୍ସ, ଜାପାନ, ନେପାଳ, ବାଂଲାଦେଶ, ଇଂଲଣ୍ଡ, କେନିଆ ପ୍ରଭୃତି ଦେଶର ଅନୁସନ୍ଧିତ୍ସୁ ବିଦେଶୀମାନେ ଏହି ମେଳା ଦେଖିବାକୁ ଆସିଛନ୍ତି ।

ଅନେକ ପର୍ଯ୍ୟଟକ ପବିତ୍ର ବୁଡ଼ ପକାଇବା ସହିତ ସନାତନ ଧର୍ମରେ ଦୀକ୍ଷିତ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.