Latest Odisha News

BREAKING NEWS

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ଜିମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ରଞ୍ଜିତ ନାୟକ ଓ ଘର ୟୁନିଟ୍-୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ସଂପୃକ୍ତ ଜିମରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ।

ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାରୁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି, ଏହା ଯୋଜନା ବଦ୍ଧ ହତ୍ୟାକାଣ୍ଡ । ପ୍ରଶ୍ନ ଉଠୁଛି, କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଯଦି ହତ୍ୟାକାଣ୍ଡ ଏହାର ପଛର ପ୍ରକୃତ କାରଣ କଣ ? କାହା ସହିତ ରଞ୍ଜିତଙ୍କର ଶତ୍ରୁତା ଥିଲା ?

ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ଜିମ୍ ମାଲିକ ଓ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.