Latest Odisha News

BREAKING NEWS

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ଭ୍ୟାକସିନ୍ ପାଇଁ ଦିଲ୍ଲୀ ସରକାର ଫାଇଜର ଓ ମଡେର୍ଣ୍ଣା ସହ କଥା ହୋଇଥିଲେ । କିନ୍ତୁ ରାଜ୍ୟକୁ ସିଧାସଳଖ ଟିକା ବିକ୍ରି କରିବାକୁ ସଫା ସଫା ନା କରି ଦେଇଛନ୍ତି । ସେମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବେ ବୋଲି କହିଛନ୍ତି । ବିଦେଶରୁ ଟିକା ଆମଦାନୀ କରି ରାଜ୍ୟଗୁଡ଼ିକ ମଧ୍ୟରେ ବାଣ୍ଟିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କେଜ୍ରିଓ୍ୱାଲ ।

ଯଦି ବିଦେଶ ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ଗ୍ଲୋବାଲ ଟେଣ୍ଡରରେ ଟିକା ନଦେଲେ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣରେ ସମସ୍ୟା ହୋଇପାରେ । ଏବେ କେବଳ ଗୋଟିଏ ବିଦେଶୀ ଟିକା ରୁଷର ସ୍ଫୁଟନିକ୍-ଭିକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଦେଶରେ ଟିକାକରଣରେ ସ୍ୱଦେଶୀ ଟିକା କୋଭାକ୍ସିନ ଓ କୋଭିସିଲ୍ଡ ବ୍ୟବହାର କରାଯାଉଛି ।

Leave A Reply

Your email address will not be published.