Latest Odisha News

BREAKING NEWS

ଚିଲିକାରେ ବୋଇତ ବନ୍ଦାଣ ମହୋତ୍ସବ

() ନିଳାମ୍ୱୁ ଚିଲିକା କୂଳ ହୋଇଉଠିଲା ଝଲମଲ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗାନ୍ଧିଛକଠାରୁ ଲିଚୁ ମାଳ ସାଙ୍ଗକୁ ସୁସଜ୍ଜିତ ଲାଇଟ୍ ଗେଟରେ ଚମକୁଛି ଚିଲିକା କୂଳ । ବାଲୁଗାଁ କଲେଜ ପଡିଆରେ ମୁକ୍ତ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ହଜାର ହଜାର ଦର୍ଶକ । ରାତିସାରା ମେଲୋଡି,କମେଡି ,ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କଳା ଅନୁଷ୍ଠାନର କଳାକାର ମାନେ ମଞ୍ଚକୁ ପୁରା ଜମେଇ ରଖିଥିଲେ ।  ବାଲୁଗାଁ ଏନ. ଏ. ସି . ତରଫରୁ ଏହି ମହୋତ୍ସବ ଅୟୋଜନ କରାଯାଇଥିଲା ।

ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଖୋର୍ଦ୍ଧା ବିଧାୟକ ଓ ବିଜେଡି ଜିଲ୍ଲା ସଭାପତିଙ୍କ ସମେତ ଏନ.ଏ.ସିର ଅଧ୍ୟକ୍ଷ ସୁକାନ୍ତି ପାଇକରାୟ ସଭାପତିତ୍ୱ କରିଥିବା ବେଳେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବଡି ସକାଳୁ ସାଧବ ପୁଅ ମାନଙ୍କୁ ବୋହୂମାନେ ବନ୍ଦାପନା କରି ବଣିଜ ପାଇଁ ବିଦାୟ ଦେଇଥିଲେ । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଚିଲିକା ଭିତରକୁ ବୋଇତ ଛଡାଯାଇଥିଲା । ଶାନ୍ତି ଶୃଖଂଳା ରକ୍ଷା କରିବା ପାଇଁ ପୋଲିସ୍ , ଅଗ୍ନିଶମ ବାହିନୀ ରାତିସାରା ସହଯୋଗ କରିଥିଲେ ।

Leave A Reply

Your email address will not be published.