Latest Odisha News

BREAKING NEWS

ବୋଲବମ୍ ଉପରେ ରୋକ୍, ଜଳ ଉଠାଇ ଶିବ ମନ୍ଦିର ଯାଇପାରିବେନି କାଉଡିଆ

ଭୁବନେଶ୍ବର : ଗତବର୍ଷ ଭଳି ଏଥର ବି ବୋଲବମ୍‌ ଉପରେ ଲାଗିଲା କଟକଣା । କରୋନା କାରଣରୁ ଚଳିତ ବର୍ଷ ବି ବୋଲବମ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ନିର୍ଦ୍ଦେଶ ମୁତାବକ, କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡିଆ । ଏହାସହ ଜଳ ନେଇ ସର୍ବସାଧାରଣ ରାସ୍ତାରେ ଯାଇପାରବେନି । ପାଣି ନେଇ କାଉଡିଆମାନେ ଶିବ ମନ୍ଦିରକୁ ଯାଇ ପାରିବେନି ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.