Latest Odisha News

BREAKING NEWS

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କୁ ମନ ଖୋଲି କଣ କହିଲେ ଓଡିଶା ଧାବିକା ଦୂତି ଚାନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ । ଓଡିଶାର ଏହି ଆଥଲେଟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ଏହା ମୋର ଦ୍ୱିତୀୟ ଅଲିମ୍ପିକ୍ସ । ମୁଁ ବ୍ୟକ୍ତିଗତ ଭଲ ପ୍ରଦର୍ଶନ କରିବା ସହ ପ୍ରମାଣ କରିବାକୁ ଚାହୁଁଛି ଭାରତୀୟ ମହିଳା କୌଣସି ଗୁଣରେ କମ ନୁହନ୍ତି । ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିବା ମୋ ଜୀବନର ସବୁଠାରୁ ବଡ ସ୍ୱପ୍ନ । ପିଲାବେଳୁ ଅଭାବ ଅନାଟନରେ ମୁଁ ବଢ଼ିଛି । ସେ ସମୟରେ ଚାକିରୀ ପାଇବା ଆଶାରେ ଖେଳରେ ମନ ଦେଇଥିଲି । ଏବେ କିନ୍ତୁ ସ୍ୱପ୍ନ ଭିନ୍ନ ହୋଇଛି । ପ୍ରଧାନମନ୍ତୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଏହି ଅବସରରେ ସହଯୋଗ ନେଇ ଧନ୍ୟବାଦ ଜଣାଇଥିଲେ । ବିବାଦରେ ଭରିଥିଲା ମୋ ଜୀବନ, ସେଥି ପାଇଁ ମୋତେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ଦୂତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦୂତିଙ୍କ ମନୋବଳ ବଢ଼ାଇବା ସହ କୌଣସି ଚାପ ମୁଣ୍ଡରେ ନ ରଖି ତ୍ରିରଙ୍ଗାକୁ ଗୌରାବନ୍ୱିତ କରିବା ପାଇଁ ଚେଷ୍ଟା କର, ସମସ୍ତ ଭାରତ ତୁମ ସହିତ ଅଛି ବୋଲି କହିଥିଲେ । ସୂଚନାଯୋଗ୍ୟ, ଦୂତି ଭାରତ ପକ୍ଷରୁ ୧୦୦ ଏବଂ ୨୦୦ ମିଟର ସ୍ପ୍ରିଂଟସରେ ଭାଗ ନେବେ ।

Leave A Reply

Your email address will not be published.