Latest Odisha News

ଟୋକିଓ ଯିବେ ୧୧୯ ଖେଳାଳିଙ୍କ ସମେତ ୨୨୮ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଖେଳିବା ପାଇଁ ୧୧୯ ସମେତ ୨୨୮ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ ଟୋକିଓ ଯିବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଛନ୍ତି । ଏଥିରେ ୬୭ ପୁରୁଷ ଏବଂ ୫୨ ମହିଳା ପ୍ରତିଯୋଗୀ ରହିବେ । ୧୭ ଜୁଲାଇରେ ୯୦ ଆଥଲେଟ ଏବଂ ଅଧିକାରୀ ପ୍ରଥମେ ଏହି ଗସ୍ତରେ ଯିବେ । ଏହି ଅବସରରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓ ଆଇନ ମନ୍ତ୍ରୀ କିରନ ରିଜକୁ ଉପସ୍ଥିତ ଥିଲେ ।

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୧୫ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନ୍ସରେ କଥା ହୋଇଥିଲେ । ଏହି ଖେଳାଳିମାନେ ହେଲେ ଏମସି ମେରୀକମ୍ (ବକ୍ସିଂ), ସାନିଆ ମିର୍ଜା (ଟେନିସ), ଦୀପିକା କୁମାରୀ, ପ୍ରବୀଣ ଯାଦବ (ତୀରନ୍ଦାଜ), ନୀରଜ ଚୋପ୍ରା (ଜ୍ୟାଭେଲିନ୍‌), ଦୂତି ଚାନ୍ଦ (ଆଥଲେଟିକ୍ସ), ଆଶୀଷ କୁମାର (ରେସଲିଂ), ପିଭି ସିନ୍ଧୁ (ବ୍ୟାଡମିଂଟନ), ଏଲବୋନିଲ କ୍ଲାରିନ , ସୌରଭ ଚୌଧୁରୀ (ଶୁଟିଂ), ଶରଥ କମଲ, ମନିକା ବତ୍ରା (ଟେବୁଲ ଟେନିସ), ଭିନେଶ ଫୋଗଟ (ରେସଲିଂ), ସାଜନ ପ୍ରକାଶ (ସନ୍ତରଣ)ଓ ମନପ୍ରୀତ ସିଂ (ହକି)

Leave A Reply

Your email address will not be published.