Latest Odisha News

BREAKING NEWS

ବଲିଉଡ ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଆସିଫ ବାସ୍ରା ଗୁରୁବାର ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ହିମାଚଳପ୍ରଦେଶର କାଙ୍ଗଡାଜିଲାରେ ସେ ଭଡା ରହୁଥିବା ଘରେ କୁକୁର ବନ୍ଧା ବେଲ୍ଟରେ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ ଅଭିନେତା ଆସିଫ ୫ ବର୍ଷ ହେବ ଧର୍ମଶାଳାର ମ୍ୟାକଲୋଡଗଞ୍ଜରେ ଜଣେ ବିଦେଶୀ ମହିଳାଙ୍କ ସହ ରହୁଥିଲେ ।

କେଉଁ କାରଣ ପାଇଁ ସେ ଏତେବଡ ନିଷ୍ପତି ନେଲେ ତାହାର ତଦନ୍ତ କରାଯାଉଛି । ସେ ଦୀର୍ଘ ଦିନ ହେବ ମାନସିକ ଚାପରେ ରହୁଥିଲେ ବୋଲି ଜଣାପଡିଛି । ସକାଳେ ପୋଷା କୁକୁରକୁ ବୁଲାଇ ଆଣିବା ପରେ ସେ ଏହି ପଦକ୍ଷେପ ନେଇଥିଲେ । ଜବ ୱି ମେଟ, କାଇ ପୋ ଚେ ଓ କ୍ରିଷ ୩ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.