Latest Odisha News

ଅଭିନେତା ମୋହନଲାଲ କିଣିବେ ନବମ ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ଶୁଣିବାକୁ ମିଳୁଛି ୨୦୨୧ ଆଇପିଏଲରେ ବିସିସିଆଇ ସାମିଲ କରିବ ନବମ ଟିମ୍ । ଏ ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିନଥିଲେ ବି କିଛି ସମ୍ଭାବ୍ୟ ନିଲାମଧାରୀ ନାଁ ସାମ୍ନାକୁ ଆସିଛି ।

BjdElectrycity

ବିଗତ କିଛିବର୍ଷ ଧରି ବିସିସିଆଇର ଯୋଜନା ମୁତାବକ ଖେଳ ଓ ମନୋରଂଜନ କ୍ଷେତ୍ରରେ ଆଇପିଏଲ ହାସଲ କରିଛି ଏକ ସ୍ୱତନ୍ତ୍ର ପରିଚୟ । କ୍ରିକେଟ ଜଗତ ସହ ମନୋରଂଜନ ଦୁନିଆକୁ ଯୋଡିବାରେ ଆଇପିଏଲ ବେଶ ସହାୟକ ହୋଇଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋଲକାତା ନାଇଟ୍ ରାଇଡର୍ସ ଓ କିଙ୍ଗସ ଇଲେଭେନ୍ ପଂଜାବ ଭଳି ଦଳ । ଯାହାର ମାଲିକାନା ଶାହରୁଖ ଖାନ ଓ ପ୍ରିତୀ ଜିଣ୍ଟାଙ୍କ ଭଳି ସେଲିବ୍ରିଟିଙ୍କ ହାତରେ ରହିଛି ।

ଏବେ ଖବର ଆସିଛି ସାଉଥ୍ ସୁପରଷ୍ଟାର ମୋହନଲାଲ କୁଆଡେ ଆଇପିଏଲର ନବମ ଟିମ୍ କିଣିବାକୁ ନିଲାମଧାରୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଚଳିତବର୍ଷ ଆଇପିଏଲରେ ମୁମ୍ବାଇ ଓ ଦିଲ୍ଲୀର ଫାଇନାଲ ମ୍ୟାଚରେ ମୋହନଲାଲଙ୍କ ଉପସ୍ଥିତି ପାଇଁ ଏଭଳି ଖବର ସାମ୍ନାକୁ ଆସିଛି ।

ତାଜା ସୂଚନା ଅନୁସାରେ କେବଳ ଅଭିନେତା ମୋହନଲାଲ ନୁହଁନ୍ତି ବରଂ ଅନଲାଇନ୍ ଏଜୁକେସନ ପୋର୍ଟାଲ ବାଇଜୁ ବି ନୂଆ ଆଇପିଏଲ ଫ୍ରାଂଚାଇଜି ହାସଲ କରିବା ଦୌଡରେ ଅଛନ୍ତି । ଏ କଥା ସତ ଯେ କରୋନାରେ ହୋଇଥିବା କ୍ଷୟକ୍ଷତିର ଭରଣ ପାଇଁ ବିସିସିଆଇ ନବମ ଟିମ୍ ସାମିଲ କରିବାକୁ ଚିନ୍ତା କରୁଛି । ତେବେ ନୂଆ ଟିମ୍ କିଣାବିକାରେ ଯେ ମୋହନଲାଲଙ୍କୁ ତୀବ୍ର ପ୍ରତିଯୋଗୀତାର ସାମ୍ନା କରିବାକୁ ପଡିବ, ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.