ମୁମ୍ବାଇ : ବଲିଉଡ଼ ଜଣାଶୁଣା କଳାକାର ଇରଫାନ ଖାନ ନିକଟରେ ସୁସ୍ଥ ହୋଇ ଭାରତ ଫେରିଛନ୍ତି । ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟକୁ ଜିତିଥିବା ଇରଫାନ୍ ଘରକୁ ଫେରିବା ପରେ ତାଙ୍କ ଆଗାମୀ ଫିଲ୍ମ କ’ଣ ହେବ, ସେନେଇ ଚର୍ଚ୍ଚା ଚାଲିଛି ।

୫୨ ବର୍ଷୀୟ ଏହି ଅଭିନେତା ଖୁବ ଶୀଘ୍ର ଫିଲ୍ମ ଦୁନିଆକୁ ଫେରୁଛନ୍ତି ଏବଂ ଖୁବ ଶୀଘ୍ର ସେ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିବେ ବୋଲି ନିର୍ଦ୍ଦେଶକ ତଥା ପ୍ରଯୋଜକ ଟିଗମାନସୁ ଧୂଲିଆ ପ୍ରକାଶ କରିଛନ୍ତି ।
ଶୁଣାକଥାନୁସାରେ, ୨୦୧୭ ମସିହାରେ ରିଲିଜ ହୋଇଥିବା ‘ହିନ୍ଦି ମିଡିୟମ୍’ ଚଳଚ୍ଚିତ୍ରର ସ୍ୱିକେଲରେ ଇରଫାନ୍ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି।

ଅଭିନେତା ଇରଫାନ ନ୍ୟୁରୋ ଇଣ୍ଡୋକ୍ରାଇନ ଟ୍ୟୁମର ରୋଗରେ ପିଡିତ ହୋଇ ସେ ଲଣ୍ଡନରେ ଚିକିତ୍ସିତ ହେଉଥିଲେ।
‘ହିନ୍ଦି ମିଡିୟମ୍’ ଫିଲ୍ମ ୨୦୧୭ ମସିହାରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରିପାରିଥିଲା।