ମୁମ୍ବାଇ: ଅନୁରାଗ ବସୁଙ୍କ ଜଗା ଜାସୁସ ଫିଲ୍ମରୁ ହଠାତ୍ ଗୋବିନ୍ଦାଙ୍କୁ ବାହାର କରି ଦିଆଗଲା । ଯାହା ଏବେ ଚର୍ଚ୍ଚାର କାରଣ ହୋଇଛି । ଏହା ପଛରେ କଣ କାରଣ ତାହା ଭିନ୍ନ କଥା । ଆସନ୍ତୁ ଜାଣିବା ଏ ଭଳି କେତେକ ଅଭିନେତା ହଠାତ୍ କାହିଁକି ଫିଲ୍ମ ଅଧାରୁ ଛାଡି ଦେଇଥିଲେ ।
ଐଶ୍ଚର୍ଯ୍ୟ ରାୟ ବଚ୍ଚନ: ଶାହାରୁଖ ଖାଁଙ୍କ ସହ ଐଶ୍ଚର୍ଯ୍ୟ ରାୟ ଚଲତେ ଚଲତେ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଥିଲେ । ସେ ସମୟରେ ସଲମାନ ଖାଁଙ୍କ ସହ ତାଙ୍କର ବ୍ରେକଅପ ହୋଇଥିଲା । ଦିନେ ସଲମାନ ଆସି ସେଟରେ ପାଟି ତୁଣ୍ଡ କରିବା ପରେ ଐଶ୍ଚର୍ଯ୍ୟ ଫିଲ୍ମରୁ ଓହରି ଯାଇଥିଲେ । ରାଣୀ ମୂର୍ଖାଜୀ ପରେ ଏହି ଫିଲ୍ମ କରିଥିଲେ ।
କରୀନା କାପୁର: କହୋ ନା ପ୍ୟାର ହେ ଫିଲ୍ମରେ ହ୍ରିତିକ ରୋଶନ ଓ କରୀନା କାପୁର ନିଆଯାଇ ଫିଲ୍ମ ଆରମ୍ଭ ହୋଇଥିଲା । କରୀନା ଏହି ଫିଲ୍ମ ଛାଡି ଅଭିଷେକ ବଚ୍ଚନଙ୍କ ସହ ରିଫ୍ୟୁଜି ଫିଲ୍ମ କରିଥିଲେ । ସେହିକରି ଗୋଲିୟୋଁ କି ରାସଲୀଳା ରାମଲୀଳାରେ ମଧ୍ୟ ସେ ପ୍ରଥମ ପସନ୍ଦ ଥିଲେ । ପରେ ଏହି ରୋଲ ଦୀପିକାଙ୍କୁ ମିଳିଥିଲେ ।
ସୁଶାନ୍ତ ସିଂ ରାଜପୁତ: ହାଫ ଗାର୍ଲଫ୍ରେଣ୍ଡରେ ସୁଶାନ୍ତ ସିଂ ରାଜପୁତ କିଛି ଦିନ ଅଭିନୟ କରିବା ପରେ ଏହାକୁ ଛାଡି ଦେଇଥିଲେ । ସେ ରାବତା ଫିଲ୍ମ ପାଇଁ ଏହାକୁ ଛାଡିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସ୍ଥାନରେ ଅଜୁର୍ନ କାପୁରଙ୍କୁ ନିଆ ଯାଇଥିଲା ।
ରଣବୀର କାପୁର: ଯୋଧା ଆକବର ପାଇଁ ପ୍ରଥମେ ରଣବୀର କାପୁରଙ୍କୁ ବଛା ଯାଇଥିଲା । ସେ ଏହାକୁ ଛାଡିବା ପରେ ହ୍ରିତିକ ରୋଶନ ଏହି ଭୂମିକା କରିଥିଲେ ।
BREAKING NEWS
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Comments are closed.