ମୁମ୍ବାଇ: ଅନୁରାଗ ବସୁଙ୍କ ଜଗା ଜାସୁସ ଫିଲ୍ମରୁ ହଠାତ୍ ଗୋବିନ୍ଦାଙ୍କୁ ବାହାର କରି ଦିଆଗଲା । ଯାହା ଏବେ ଚର୍ଚ୍ଚାର କାରଣ ହୋଇଛି । ଏହା ପଛରେ କଣ କାରଣ ତାହା ଭିନ୍ନ କଥା । ଆସନ୍ତୁ ଜାଣିବା ଏ ଭଳି କେତେକ ଅଭିନେତା ହଠାତ୍ କାହିଁକି ଫିଲ୍ମ ଅଧାରୁ ଛାଡି ଦେଇଥିଲେ ।
ଐଶ୍ଚର୍ଯ୍ୟ ରାୟ ବଚ୍ଚନ: ଶାହାରୁଖ ଖାଁଙ୍କ ସହ ଐଶ୍ଚର୍ଯ୍ୟ ରାୟ ଚଲତେ ଚଲତେ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଥିଲେ । ସେ ସମୟରେ ସଲମାନ ଖାଁଙ୍କ ସହ ତାଙ୍କର ବ୍ରେକଅପ ହୋଇଥିଲା । ଦିନେ ସଲମାନ ଆସି ସେଟରେ ପାଟି ତୁଣ୍ଡ କରିବା ପରେ ଐଶ୍ଚର୍ଯ୍ୟ ଫିଲ୍ମରୁ ଓହରି ଯାଇଥିଲେ । ରାଣୀ ମୂର୍ଖାଜୀ ପରେ ଏହି ଫିଲ୍ମ କରିଥିଲେ ।
କରୀନା କାପୁର: କହୋ ନା ପ୍ୟାର ହେ ଫିଲ୍ମରେ ହ୍ରିତିକ ରୋଶନ ଓ କରୀନା କାପୁର ନିଆଯାଇ ଫିଲ୍ମ ଆରମ୍ଭ ହୋଇଥିଲା । କରୀନା ଏହି ଫିଲ୍ମ ଛାଡି ଅଭିଷେକ ବଚ୍ଚନଙ୍କ ସହ ରିଫ୍ୟୁଜି ଫିଲ୍ମ କରିଥିଲେ । ସେହିକରି ଗୋଲିୟୋଁ କି ରାସଲୀଳା ରାମଲୀଳାରେ ମଧ୍ୟ ସେ ପ୍ରଥମ ପସନ୍ଦ ଥିଲେ । ପରେ ଏହି ରୋଲ ଦୀପିକାଙ୍କୁ ମିଳିଥିଲେ ।
ସୁଶାନ୍ତ ସିଂ ରାଜପୁତ: ହାଫ ଗାର୍ଲଫ୍ରେଣ୍ଡରେ ସୁଶାନ୍ତ ସିଂ ରାଜପୁତ କିଛି ଦିନ ଅଭିନୟ କରିବା ପରେ ଏହାକୁ ଛାଡି ଦେଇଥିଲେ । ସେ ରାବତା ଫିଲ୍ମ ପାଇଁ ଏହାକୁ ଛାଡିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସ୍ଥାନରେ ଅଜୁର୍ନ କାପୁରଙ୍କୁ ନିଆ ଯାଇଥିଲା ।
ରଣବୀର କାପୁର: ଯୋଧା ଆକବର ପାଇଁ ପ୍ରଥମେ ରଣବୀର କାପୁରଙ୍କୁ ବଛା ଯାଇଥିଲା । ସେ ଏହାକୁ ଛାଡିବା ପରେ ହ୍ରିତିକ ରୋଶନ ଏହି ଭୂମିକା କରିଥିଲେ ।
BREAKING NEWS
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

Comments are closed.