Latest Odisha News

BREAKING NEWS

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି କୌଣସି କାର୍ଯ୍ୟକ୍ରମରେ ନୁହେଁ ବରଂ ସେ ବୁଲିବା ପାଇଁ ଆସିଛନ୍ତି । ଏକ ସୂତ୍ରରୁ ଜଣାପଡିଛି ଯେ ସେ ରାଜଧାନୀର ଏକ ପ୍ରିମିୟର ହୋଟେଲରେ ରହିଛନ୍ତି ।

ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ହୋଟେଲକୁ ଯାଇଥିଲେ । ଆସନ୍ତାକାଲି ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।
କଙ୍ଗନାଙ୍କୁ ୱାଇ କାଟେଗୋରୀ ଭିଆଇପି ସିକ୍ୟୁରିଟି ଯୋଗାଇ ଦିଆଯାଇଛି । ଗତ କିଛି ଦିନ ହେଲା କଙ୍ଗନା ବେଶ୍ ଚର୍ଚ୍ଚାରେ ଅଛନ୍ତି ।

Leave A Reply

Your email address will not be published.