Latest Odisha News

BREAKING NEWS

ଭୁବନେଶ୍ବରରେ ଯୁବତୀଙ୍କ ଠାରୁ ଲୁଟ୍

ଭୁବନେଶ୍ବର : ରାଜଧାନୀରେ ଯୁବତୀଙ୍କ ଠାରୁ ଲୁଟ୍ । ବାଣୀବିହାର ଛକରେ ଯୁବତୀଙ୍କ ଠାରୁ ୨୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୨୦ ହଜାର ଟଙ୍କା ମୋବାଇଲ ଫୋନ୍, ଏଟିଏମ କାର୍ଡ ସହ ଭ୍ୟାନ୍‌ଟି ବ୍ୟାଗ ଛଡ଼ାଇ ନେଇଛନ୍ତି ଲୁଟେରା । ସସ୍ମିତା ପାତ୍ର ନାମକ ଜଣେ ଯୁବତୀ ସ୍କୁଟି ଚଳାଇ ଯାଉଥିବା ବେଳେ ତାଙ୍କୁ ପିଛା କରିଥିଲେ ଲୁଟେରା । ଦୁଇଜଣ ଲୁଟେରା ବାଇକରେ ଆସି ସସ୍ମିତାଙ୍କ ଭ୍ୟାନିଟ ଛଡାଇ ନେଇଥିଲେ । ଏହାପରେ ଗଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଲୁଟେରା । ଏନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ସସ୍ମିତା ।

Leave A Reply

Your email address will not be published.