Latest Odisha News

ଓଡିଶା ଆଥଲେଟିକ୍ସ ଆସୋସିଏସନର ସଭାପତି ଜି.ଏସ୍ ପଟ୍ଟନାୟକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଥଲେଟିକ୍ କ୍ରୀଡାରେ ଓଡିଶା ହେବ ୧ ନମ୍ବର । ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ କରାଯାଇ ସେମାନଙ୍କୁ ସାମ୍ନାକୁ ଅଣାଯିବ । କୌଣସି କ୍ରୀଡାବିତ ନିରାଶ ହେବେ ନାହିଁ । ସଂଘ ପକ୍ଷରୁ ସମସ୍ତ କ୍ରୀଡାବିତ୍ ଓ କ୍ରୀଡା ସଂଗଠନ ଗୁଡିକୁ ସହଯୋଗ ଯୋଗାଇ ଦେବା ସହିତ ଆଥଲେଟିକ୍ କ୍ରୀଡାର ଉନ୍ନତି ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ଏହା କହିଛନ୍ତି ଓଡିଶା ଆଥଲେଟିକ୍ସ ଆସୋସିଏନର ନବ ନିର୍ବାଚିତ ସଭାପତି ଡ. ଜିଏସ୍ ପଟ୍ଟନାୟକ । ତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସେ ଏହା କହିଛନ୍ତି ।

ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ପଦ୍ମଶୀ ଦିଲ୍ଲୀପ ତିର୍କୀ ଡ. ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡିଶା ଆଥଲେଟିକ୍ସ ଆସୋସିଏସନର ଉତରୋତ୍ତର ଉନ୍ନତି ଓ ସଫଳତା କାମନା କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଆଥଲେଟ୍ ଅନୁରାଧା ବିଶ୍ୱାଳ ଯୋଗ ଦେଇ ଡ. ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଆଥଲେଟିକ୍ସ ଆସୋସିଏସନ ସଫଳତାର ଶୀର୍ଷରେ ପହଂଚୁ ବୋଲି ଆଶାବ୍ୟକ୍ତ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଯୋଗ ଦେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସେଂଟ୍ ଜାଭିୟର ଗ୍ରୁପ୍ ଅଫ୍ ସ୍କୁଲର ଅଧ୍ୟକ୍ଷ ଡ. ପ୍ରଭୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଭିନ୍ନ ସଂଗଠନ ଡ. ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.