Latest Odisha News

୬୬ ବର୍ଷରେ ପଦାର୍ପଣ କଲେ ଅଭିନେତ୍ରୀ ରେଖା

ମୁମ୍ବାଇ:  ଅକ୍ଟୋବର ୧୦ ତାରିଖ ହେଉଛି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ସେ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ରେଖା ନିଜର ରୂପଚର୍ଯ୍ୟା ଲାଗି ବଲିଉଡ୍‌ରେ ବେଶ୍ ପ୍ରସିଦ୍ଧ।

ଏତେ ପରିଣତ ବୟସରେ ବି ସେ ଖୁବ୍‌ ଆକର୍ଷଣୀୟ ଲାଗୁଛନ୍ତି। ୬୦ ଦଶକରୁ ବଲିଉଡ୍‌ରେ ରାଜ୍‌ କରୁଥିବା ରେଖା ସବୁବେଳେ ଦର୍ଶକଙ୍କ ହୃଦୟ ଜିତି ଆସିଛନ୍ତି। ସେ କେବଳ ବଲିଉଡ୍‌ ନୁହେଁ ତେଲୁଗୁ ଓ ତାମିଲ୍‌ ସିନେମାର ନାୟିକା ଭାବେ ନିଜର ଦକ୍ଷତା ପ୍ରମାଣିତ କରିଆସିଛନ୍ତି।

ରେଖାଙ୍କ ଅସଲ ନାଁ ହେଉଛି ଭାନୁରେଖା ଗଣେଶନ୍‌। ୧୯୫୪ ମସିହା ଅକ୍ଟୋବର ୧୦ରେ ଚେନ୍ନାଇରେ ଜନ୍ମ ହୋଇଥିଲେ। ରେଖାଙ୍କ ପିତା ଜଣେ ପ୍ରସିଦ୍ଧ ତାମିଲ୍‌ ଅଭିନେତା ଜେମନି ଗଣେଶନ୍‌ ଏବଂ ମାତା ପୁଷ୍ପାବଳୀ ତେଲୁଗୁ ଅଭିନେତ୍ରୀ ଥିଲେ।

ପ୍ରଥମ ଥର ୧୯୬୬ରେ ତେଲୁଗୁ ସିନେମା ‘ରଙ୍ଗୁଲା ରତ୍ନମ୍‌’ରୁ ଅଭିନୟ କରିବା ଆରମ୍ଭ କରିଥିଲେ। ଏହି ସିନେମାରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

ରେଖା ସିନେମାରେ ଅଭିନୟ କରିବାକୁ ଚାହୁଁ ନଥିଲେ କିନ୍ତୁ ଘରର ଆର୍ଥିକ ସ୍ଥିତି ଖରାପ ହେତୁ ତାଙ୍କୁ ଏହି ପେସାକୁ ଆପଣେଇବାକୁ ପଡ଼ିଥିଲା।

୧୯୭୦ରେ ସେ ଚଳଚ୍ଚିତ୍ର ‘ସାବନ୍‌ ଭାଦୋ’ରେ ପ୍ରଥମ ଥର ପାଇଁ ବଲିଉଡ୍‌ ସିନେମାନେ ଅଭିନୟ କରିଥିଲେ। ତେବେ ରେଖା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଆସିଛନ୍ତି।

Leave A Reply

Your email address will not be published.