Latest Odisha News

BREAKING NEWS

ଭୁଲ୍ ମାନିଲେ, କ୍ଷମା ମାଗିଲେ ଉମା ସାମନ୍ତରାୟ

ଭୁବନେଶ୍ୱର: ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି । ଉମା ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ୍ ଥିଲା ।

ଏହାସହ ସେ କହିଛନ୍ତି, ପ୍ରଦୀପ ମହାରଥୀଙ୍କ ବିୟୋଗରେ ସେ ଭାବ ବିହ୍ୱଳ ହୋଇ ଯାଇଥିଲି । ଭାବବିହ୍ୱଳ ହୋଇ ଶେଷକୃତ୍ୟରେ ଯୋଗ ଦେଇଥିଲି । ଆଇନ ଆଗରେ ସମସ୍ତେ ସମାନ । ଯାହା ଦଣ୍ଡ ଦେବେ ମାନିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଉମା ସାମନ୍ତରାୟ ।

ସେପ୍ଟେମ୍ୱର ୨୭ ତାରିଖରେ ବିଧାନସଭା ହୋଇଥିଲା କୋଭିଡ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ଉମା ସାମନ୍ତରାୟ । ନିଜେ ଟ୍ୱିଟ୍ କରି ସୂଚନା ବି ଦେଇଥିଲେ । ହୋମ୍ ଆଇସୋଲେସନରେ ଥିବା ବେଳେ ଗତ ୪ ତାରିଖରେ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ତାଙ୍କ ନାଁରେ ପୁରୀ ସମୁଦ୍ରକୂଳ ଥାନାରେ ଜଗନ୍ନାଥ ସେନା ଓ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ଏତଲା ହୋଇଥିଲା । ଗତକାଲି ପୋଲିସ ତାଙ୍କ ନାଁରେ ରୁଜୁ କରିଥିଲା ମାମଲା ।

Leave A Reply

Your email address will not be published.