Latest Odisha News

BREAKING NEWS

ତାଳଚେର କୋଇଲାଖଣି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଭରତପୁର କୋଇଲାଖଣିରେ ମାଟି ଅତଡ଼ା ଧସି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୁକ୍ରବାର ଦିନ ଏନଡ଼ିଆରଏଫ ଓ ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ)ର ମିଳିତ ଉଦ୍ୟମରେ ଏହି ଦୁର୍ଘଟଣାରେ ଆଉ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ଏହି ୨ଜଣ ମୃତକମାନେ ହେଲେ ଶିବରାମପୁର ଗ୍ରାମର ରାଜକିଶୋର ମହାପାତ୍ର ଯିଏକି ପମ୍ପ ଅପରେଟର ଭାବେ କାର୍ଯ୍ୟରତ ଥିଲେ । ଅନ୍ୟଜଣକ ମୃତବ୍ୟକ୍ତି ହେଲେ ଗୋବରା ଗାଁ’ର ରଞ୍ଜନ ବେହେରା ଯିଏକି ଏଠାରେ ସୁପରଭାଜର୍ ଭାବେ କାର୍ଯ୍ୟ କରୁଥିଲେ ।

ଏବେସୁଦ୍ଧା ଏଠାରେ କାର୍ଯ୍ୟ କରୁଥିବା ନିରାପତ୍ତାରକ୍ଷୀ ରମେଶ ଦାସଙ୍କ ମୃତଦେହ ଦୁର୍ଘଟଣାସ୍ଥଳୀରୁ ଉଦ୍ଧାର କରାଯାଇ ପାରିନାହିଁ । ଉଦ୍ଧାରକାରୀ ଦଳ ମୃତଦେହ ଉଦ୍ଧାର ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ।

ଏହି ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ବୁଧବାର ଦିନ କୁକୁଡ଼ାଙ୍ଗ ଗ୍ରାମର ପୁପୁନ୍ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.