Latest Odisha News

BREAKING NEWS

୩୮ ବର୍ଷରେ ପାଦ ଥାପିଲେ ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା

ଭୁବନେଶ୍ୱର: ବଲିଉଡର ଦେଶୀ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଆଜି ଜନ୍ମଦିନ । ସେ ୩୮ ବର୍ଷରେ ପାଦ ଦେଇଛନ୍ତି । ବରେଲିରୁ ହଲିଉଡ୍ ଭାୟା ବଲିଉଡ୍‌, ତାଙ୍କ ଯାତ୍ରା ଓ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ମାତ୍ର ୧୮ ବର୍ଷ ବୟସରେ ୨୦୦୦ ମସିହାରେ ପ୍ରିୟଙ୍କା ମିସ୍ ୱାର୍ଲଡର ମୁକୁଟ ପିନ୍ଧି ସବୁ ଭାରତୀୟଙ୍କ ପାଇଁ ଗର୍ବ ପାଲଟିଥିଲେ ।

୧୯୮୨ମସିହା ଆଜିର ଦିନରେ ପ୍ରିୟଙ୍କା ଜାମସେଦପୁରରେ ସେ ଜନ୍ମଗ୍ରହଣ କରିଥିଲେ । ପିଲାଟି ବେଳରୁ ପ୍ରିୟଙ୍କା ଇଂଜିନିଅର ହେବାର ଲକ୍ଷ୍ୟରେ ଥିଲେ । ବଲିଉଡକୁ କେବେ ଏଣ୍ଟ୍ରି କରିବେ ସେ ନେଇ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । କିନ୍ତୁ ୨୦୦୩ ମସିହାରେ ଫିଲ୍ମ ‘ହିରୋ, ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ରେ ଅଭିନେତା ସନ୍ନି ଦେଓଲଙ୍କ ବିପକ୍ଷରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ‘ଅନ୍ଦାଜ’, ‘ମୁଝସେ ସାଦି କରୋଗୀ’, କରମ୍‌, ‘ବ୍ଲାକମେଲ’, ‘କ୍ରିସ୍‌’ ଆଦି ଲୋକପ୍ରିୟ ଚଳତ୍ତିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ସେହିପରି ‘ଜୟ ଗଙ୍ଗାଜଳ’, ‘କମିନେ’, ‘ଦୋସ୍ତାନା’, ‘ମ୍ୟାରୀ କମ‌’, ‘ବର୍ଫି’ରେ ମଧ୍ୟ ତାଙ୍କ ଅଭିନୟର ଜାଦୁ ଦେଖିବାକୁ ମିଳିଥିଲା ।
କେବଳ ଅଭିନୟ ନୁହେଁ ସଙ୍ଗୀତରେ ବି ବେଶ୍ ରୁଚି ରଖନ୍ତି ପ୍ରିୟଙ୍କା । କେତେକ ତାମିଲ ଫିଲ୍ମରେ ସେ କଣ୍ଠଦାନ କରିଛନ୍ତି । ତାଙ୍କ ଆକର୍ଷଣୀୟ ଚେହେରା ସାଙ୍ଗକୁ ଚମତ୍କାର ଅଭିନୟ ପାଇଁ ସେ ପାଞ୍ଚ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଛି ।

୨୦୧୮ ମସିହା ଡିସେମ୍ବର ୧ ତାରିଖରେ ସେ ନିକ୍ ଜୋନସ୍‌ଙ୍କୁ ବିବାହ କରିଥିଲେ । ଉଭୟ ଖ୍ରୀଷ୍ଟିଆନ ଓ ହିନ୍ଦୁ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.